ପ୍ରିୟଙ୍କା ଗାନ୍ଧୀ ଧରିଲେ ଚେତାଶୂନ୍ୟ ସାମ୍ବାଦିକଙ୍କ ଜୋତା, ଭିଡ଼ିଓ ଭାଇରାଲ ।
କଂଗ୍ରେସର ମହାସଚିବ ପ୍ରିୟ୍ଙ୍କା ଗାନ୍ଧୀଙ୍କୁ ଜଣେ ସାମ୍ବାଦିକଙ୍କ ଜୋତା ଧରିଥିବାର ଦେଖିବାକୁ ମିଳିଛି । ବାସ୍ତବରେ ଯେତେବେଳେ ତାଙ୍କ ଭାଇ ଏବଂ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ କେରଳରେ ନିଜ ନାମାଙ୍କନ କରୁଥିଲେ ସେହି ସମୟରେ ମିଡିଆକୁ ସମ୍ବର୍ଦ୍ଧନା କରୁଥିବା ସମୟରେ ତିନି ଜଣ ମିଡିଆ କର୍ମୀ ଚେତାଶୂନ୍ୟ ହୋଇଗଲେ ।
ଭାଇରାଲ ହୋଇଥିବା ଭିଡ଼ିଓରେ ପ୍ରିୟଙ୍କା ଗାନ୍ଧୀଙ୍କ ହାତରେ ଜଣେ ସାମ୍ବାଦିକଙ୍କ ଜୋତା ଥିବାର ନଜର ଆସିଥିଲା । ଏହି ସମୟରେ ପ୍ରିୟଙ୍କା ତାଙ୍କ ଭାଇ ରାହୁଲଙ୍କର ଧ୍ୟାନ ରଖିବା ପାଇଁ କହିଛନ୍ତି ।