Only for Entertainment

ଛୋଟ ପରଦାରେ ଗ୍ଲାମରସ ଏଣ୍ଟ୍ରି ମାରିବେ କରୀନା କପୁର, ଡ୍ୟାନ୍ସ ରିୟଲିଟି ଶୋ’ରେ ଆସିବେ ନଜର

therealkareenakapoor insta pic
24

କହିବା ଭୁଲ ହେବା ନାହିଁ ଯେ, ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ ରହିଛି । ଆଜି ମଧ୍ୟ ଲୋକେ ତାଙ୍କ ଚାର୍ମ ପାଇଁ ପାଗଳ ଅଟନ୍ତି । କରୀନାଙ୍କ ଏହି ଲୋକପ୍ରିୟତା ପାଇଁ ଏକ ବଡ ଟିଭି ଚ୍ୟାନେଲ ତାଙ୍କୁ ରିୟଲିଟି ଶୋ’ ପାଇଁ ଅଫର ଦେଇଛନ୍ତି । ଆଜ୍ଞା ହଁ, ଆପଣ ଠିକ ଶୁଣୁଛନ୍ତି । ଶିଳ୍ପା, ମଲାଇକାଙ୍କ ପରି କରୀନା ମଧ୍ୟ ଖୁବ ଶୀଘ୍ର ଛୋଟ ପରଦାରେ ଡେବ୍ୟୁ କରିପାରନ୍ତି ।

କରୀନାଙ୍କୁ ଏପର୍ଯ୍ୟନ୍ତ କେବଳ ନିଜ ଫିଲ୍ମର ପ୍ରମୋଶନ ପାଇଁ ରିୟଲିଟି ଶୋ’ରେ ଦେଖିବାକୁ ମିଳିଛି କିନ୍ତୁ ସେ କୌଣସି ଶୋ’ରେ ଭାଗ ନେଇ ନାହାଁନ୍ତି । ରିପୋର୍ଟ ଅନୁସାରେ କରୀନାଙ୍କୁ ଡ୍ୟାନ୍ସ ରିୟଲିଟି ଶୋ’ର ଅଫର ମିଳିଛି । ଚ୍ୟାନେଲ କରୀନାଙ୍କୁ ଶୋ’ରେ ଜଜ ହୋବା ପାଇଁ ଆପ୍ରୋଚ କରିଛନ୍ତି । ସେଥିପାଇଁ ଚ୍ୟାନେଲ ମୋଟା ଅଙ୍କର ଟଙ୍କା ମଧ୍ୟ ଦେବେ ବୋଲି ଶୁଣିବାକୁ ମିଳୁଛି । ଏହା ସହ କରୀନା ଚ୍ୟାନେଲ ସହିତ ୨-୩ଟି ମିଟିଂ ମଧ୍ୟ ଶେଷ କରିଥିବା ଜଣାପଡିଛି ।

 

View this post on Instagram

 

#aboutlastnight✨ in @mmalhotraworld

A post shared by Kareena Kapoor Khan (@therealkareenakapoor) on

ଯଦି କରୀନା ଏହି ଶୋ’ ପାଇଁ ହଁ କୁହନ୍ତି ତେବେ ସେ ଟିଭି ଦୁନିଆର ସବୁଠାରୁ ହାଇଏଷ୍ଟ ପେଡ ଅଭିନେତ୍ରୀ ହେବେ । କିନ୍ତୁ କରୀନା ଏପର୍ଯ୍ୟନ୍ତ କୌଣସି ଜବାବ ଦେଇନାହାଁନ୍ତି । ଏହା ସହିତ ଚ୍ୟାନେଲ ଆଶା କରିଛନ୍ତି ଯେ, କରୀନା ତାଙ୍କୁ ନିରାଶ କରିବେ ନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ କରୀନା ଏବେ ନିଜର ଆଗାମୀ ଫିଲ୍ମ ‘ଗୁଜ ନ୍ୟୁଜ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଅକ୍ଷୟ କୁମାର ନଜର ଆସିବେ । ଏହା ପରେ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ତଖ୍ତର ସୁଟିଂ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More