ହିଜାବ ପିନ୍ଧି ରାମ୍ପରେ ଚାଲିଲେ ଲିଣ୍ଡସେ !
ହଲିଉଡ ଅଭିନେତ୍ରୀ ଲିଣ୍ଡସେ ଲୋହାନ ଲଣ୍ଡନରେ ହେଉଥିବା ଫ୍ୟାଶନ ସୋ’ରେ ହିଜାବ ପିନ୍ଧି ସାରା ଦୁନିଆ ଧମାକା ମଚାଇଚନ୍ତି । ଅର୍ଥାତ ୟୁରୋପ ସହରରେ ଗୁଲାମୀ କରୁଥିବା ଲୋକମାନେ ଏହି ବସ୍ତ୍ର ପିନ୍ଧୁଥବା ପ୍ରଚଳିତ ଥିଲା ।
୩୧ବର୍ଷୀୟା ଲୋହାନଙ୍କୁ ଲଣ୍ଡନର ମେଡେସ୍ଟ ଫ୍ୟାଶନ ସପ୍ତାହରେ ଗଣମାଧ୍ୟମ ତରଫରୁ ହିଜାବ ପିନ୍ଧିବାକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ସେ ଏହି ପ୍ରଶ୍ନ ଉତ୍ତର ଦେଇ ବିବିସି ମିନିଟରେ କହିଛନ୍ତି ଯେ ‘ଫ୍ୟାଶନର ଅର୍ଥ ସର୍ବଦା ନଗ୍ନତା ନୁହେଁ ।’
ଲିଣ୍ଡସେ ଲୋହାନ ଲଣ୍ଡନ ଫ୍ୟାଶନ ୱିକରେ ବିଗତ ବର୍ଷରୁ ଭାଗ ନେଇଥିବା ‘ହାଉଟ ଈଲାନ’ବ୍ରାଣ୍ଡ ପାଇଁ ହିଜାବ ପିନ୍ଧି ରାମ୍ପ କରିବାକୁ ଆସିଥିଲେ ।
ସେ ହିଜାବ ପିନ୍ଧି ନିଜର ଲାଇଭ ଭିଡିଓ ମଧ୍ୟ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । କେବଳ ଏହି ସୋ’ରେ ନୁହେଁ ସେ ଆଗରୁ ମଧ୍ୟ ଅନେକ ଥର ହିଜାବ ପିନ୍ଧିଛନ୍ତି । ତେଣୁ ସେ ଇସଲାମ ଧର୍ମକୁ ଆପଣେଇ ଥିବା ଏହାକୁ ଦେଖି ଅନେକ ଲୋକ କହୁଛନ୍ତି । କିନ୍ତୁ ଏହାକୁ ସେ ଏବେ ପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି ।