ଅସୁସ୍ଥ ଝିଅକୁ ଖୁସି କରିବା ପାଇଁହ୍ୱିଲ ଚେୟାରକୁ ‘ପୁଲିସ୍ କାର’ ବନାଇଲେ ବାପା
ନିଜ ପିଲାମାନଙ୍କ ଖୁସିରେ ବାପା-ମାଆ ମାନେ ଖୁସି ହୋଇଥାନ୍ତି । ପିଲାଙ୍କ ଇଚ୍ଛାକୁ ପୂରଣ ପାଇଁ ସେମାନେ ସବୁପ୍ରକାରର ଚେଷ୍ଟା ମଧ୍ୟ କରିଥାଆନ୍ତି । ନିଜ ଝିଅକୁ ଖୁସି ଦେବା ପାଇଁ ଜଣେ ବାପାଙ୍କ ଉଦ୍ୟମକୁ ଏବେ ସବୁଠି ପ୍ରଶଂସା କରାଯାଉଛି । ୭ବର୍ଷର ଝିଅ ହାଇଲେ ହକ୍କୁ ଏକ ବିରଳ ରୋଗ ହୋଇଥିବା ବେଳେ ତା’ର ଆଖି ଏବଂ କିଡ଼ନୀ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତେଣୁ ନିଜ ଝିଅର ମୁହଁରେ ଖୁସି ଆଣିବା ପାଇଁ ହାଇଲେଙ୍କ ବାପା ଝିଅର ହ୍ୱିଲ୍ ଚେୟାରକୁ ପୁଲିସ୍ କାରରେ ବଦଳାଇ ଦେଇଛନ୍ତି ।
ହାଇଲେଙ୍କ ବାପା କହିଛନ୍ତି ଯେ, ମୋ ଝିଅର ବଡ଼ ଇଚ୍ଛା ଅଛି ସେ ଦିନେ ପୁଲିସ୍ ଅଫିସର ହେବ । ହେଲେ ଏହା କେତେଦୂର ସଫଳ ହେଉଛି ତାହା ଭଗବାନଙ୍କ ଉପରେ ନିର୍ଭର କରେ । ଅସୁସ୍ଥତା କାରଣରୁ ମୁଁ ଯେତେବେଳେ ତା’ ପାଇଁ ହ୍ୱିଲ୍ ଚେୟାର ଆଣିଥିଲି ସେତେବେଳେ ସେ କିଛିଟା ସନ୍ଦେହ କରିଥିଲା । ତେଣୁ ମୁଁ ଏହି ହ୍ୱିଲ୍ ଚେୟାରକୁ କାରରେ ବଦଳାଇଦେଇଛି । ଏବେ ସେ ବେଶ ଖୁସି । ଏହି କାର୍ରେ ମଧ୍ୟ ପୁଲିସ୍ ଲେଖାଯାଇଛି ।
ରିପୋର୍ଟ ଅନୁସାରେ ସ୍ଥାନୀୟ ଥର୍ଣ୍ଣଟନ୍ ପୁଲିସ୍ ଏହି ପୁଲିସ୍ କାର୍ ପାଇଁ ହାଇଲେଙ୍କ ବାପାଙ୍କୁ ଅନୁମତି ଦେଇଛି । ପୁଲିସ୍ ବିଭାଗ ପକ୍ଷରୁ ଏହି କାର୍ ର ଫଟୋ ସୋସିଆଲ ମିଡିଆରେ ସେୟାର କରାଯିବା ସହ କୁହାଯାଇଛି ଯେ, ହାଇଲେଙ୍କୁ ଆମେ ଆମ ବିଭାଗରେ ସ୍ୱାଗତ କରୁଛୁ, ଏହା ଆମର ସୌଭାଗ୍ୟ ଯେ, ସେ ଆମ ସାଥିରେ ଅଛନ୍ତି ।