Only for Entertainment

ନବରାତ୍ର ବ୍ରତ : ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ ଏବଂ ଫିଟ୍‍

The Indian Express
44

ନବରାତ୍ର ସମୟର ବ୍ରତ ଭାରତୀୟ ସଂସ୍କୃତିରେ ବଡ଼ ମହତ୍ୱ ରଖିଥାଏ। ଏହି ସମୟରେ ଲୋକେ ବ୍ରତ ରଖିଥାଆନ୍ତି । କିଏ ପ୍ରଥମ ଆଉ ଶେଷ ଦିନ ତ ଆଉ କିଏ ସବୁଦିନ ବ୍ରତ ରଖିଥାଏ । ବ୍ରତ ସମୟରେ ଲୋକେ ଅନ୍ନ ଗ୍ରହଣ କରିନଥାଆନ୍ତି, ଉପବାସରେ ରହିଥାଆନ୍ତି । ଏହି ସମୟରେ ଫଳ ଆହାର କିମ୍ବା ଘରେ ତିଆରି ହୋଇଥିବା ଖାଇବା ଗ୍ରହଣ କରିଥାଆନ୍ତି । ତେବେ ବ୍ରତ ରଖିଥିôବା ଲୋକେ ଏହା ଜାଣିବା ଦରକାର ଯେ, ସେ ଯାହା ଖାଉଛନ୍ତି ତାହା ସ୍ୱାସ୍ଥ୍ୟ ପାଇଁ ଠିକ୍‍ ନା ନାହିଁ । ତେଣୁ ଭଲ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଆହାର,ପୋଷକ ଆହାର ଅତି ଜରୁରୀ ।

ନବରାତ୍ର ସମୟରେ ଖାଦ୍ୟ ପଦାର୍ଥରେ ଆଳୁର ବ୍ୟବହାରକୁ ଅଧିକ ପସନ୍ଦ କରାଯାଇଥାଏ । ଆଳୁ ଅଧିକ
ଫାଇଦା ମଧ୍ୟ ହୋଇଥାଏ । ଆଳୁ ସିଝାଇ ଖାଇଲେ ଶରୀରରେ ଅତିରିକ୍ତ ଚର୍ବି କମ୍‍ ହୋଇଥାଏ । ବ୍ରତ ସମୟରେ କାଜୁ,ବାଦାମ,ଖିସ୍‍ମିସ୍‍, ପିସ୍ତା, ଅଖରୋଟ ଆଦି ବ୍ରତଧାରୀମାନେ ଖାଇଥାଆନ୍ତି,ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏଥିସହ ଡ୍ରାଏ ଫ୍ରୁଟ୍‍ର କ୍ଷୀରିକୁ ମଧ୍ୟ ପସନ୍ଦ କରାଯାଇଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ବେଶ ଉପଯୋଗୀ ଅଟେ ।

ବ୍ରତ ସମୟରେ କ୍ଷୀର ଏବଂ କ୍ଷୀରରେ ତିଆରି ସାମଗ୍ରି ସ୍ୱାସ୍ଥ୍ୟ ପାଇଁ ବଡ଼ ଫାଇଦା ହୋଇଥାଏ । କ୍ଷୀରରେ କ୍ୟାଲସିୟମ ମାତ୍ରା ଅଧିକ ହୋଇଥିବାରୁ ଏଥିରୁ ଶକ୍ତି ମିଳିଥାଏ । ସେହିପରି ଦହିରେ ଥିବା ବ୍ୟାକ୍ଟେରିଆ ତଥା ପୋଷକ ତତ୍ୱ ଶରୀର ପାଇଁ ଆଣ୍ଟି ବାୟୋଟିକ୍‍ ଭାବେ କାମ କରିଥାଏ । ବ୍ରତ ସମୟରେ ଆପଣ ପନିର କଟଲେଟ୍‍ ମଧ୍ୟ ଖାଇପାରିବେ ।

ନବରାତ୍ର ସମୟରେ ଲୋକେ ଅଧିକ ପସନ୍ଦ କରିଥାଆନ୍ତି ଶାଗୁଦାନାକୁ । ଏହା ଶରୀର ପାଇଁ ବେଶ ଉପଯୋଗୀ । ସେହିପରି ଉପବାସ ସମୟରେ ଫଳ ଆହାର ନିହାତି ଜରୁରୀ । ଫଳରେ ପ୍ରାକୃତିକ ସର୍କରା ମାତ୍ରା ଥିବାରୁ ଏହା ଓଜନ ବଢାଇ ନଥାଏ । ଏହି ସମୟରେ ଆପଣ ଫଳର ଜୁସ୍‍ ମଧ୍ୟ ପିଇପାରିବେ । ଯାହାଦ୍ୱାରା ଶରୀରରେ ପାଣିର ମାତ୍ରା ନିୟନ୍ତ୍ରଣ ରହିଥାଏ ।

ନବରାତ୍ର ସମୟରେ ମିଠା ଖାଇ ଆପଣ ଅନେକ ପରିମାଣରେ ଭୋକକୁ ରୋକି ପାରିବେ । ତେବେ ରାଶି କିମ୍ବା ନଡିଆରେ ତିଆରି ମିଠା ଏହି ସମୟରେ ଶରୀର ପାଇଁ ବେଶ ଉପଯୋଗୀ । ବ୍ରତ ସମୟରେ ଭୋକ ଲାଗିବା ସ୍ୱାଭାବିକ । ତେଣୁ ଚା’ ପିଇ ମଧ୍ୟ ଆପଣ ଭୋକକୁ ନିୟନ୍ତ୍ରଣ କରିପାରିବେ ଏବଂ ନିଜକୁ ଫୂର୍ତ୍ତି ରଖିପାରିବେ । ହେଲେ ମନେରଖିବା ଦରକାର ଯେ, ଅଧିକମାତ୍ରାରେ ଚା’ ଶରୀର ପାଇଁ ଠିକ୍‍ ନୁହେଁ । ବ୍ରତ ସମୟରେ ଗ୍ରୀନ୍‍ ଟି ର ବ୍ୟବହାର ଫାଇଦା ଦେଇଥାଏ ଶରୀରକୁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More