ବାଥରୁମରେ ଶାୱର ନେଉଥିବାର ଫଟୋ ଶେୟାର କଲେ ଉର୍ବସୀ ।
ବଲିଉଡ ଅଭିନେତ୍ରୀ ଉର୍ବସୀ ରୌତେଲା ନିକଟରେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ଶାୱାର ନେଉଥିବାର ନଜର ଆସିଛନ୍ତି । ଖବର ପାଇଁ କହିରଖୁଛୁଯେ ଉର୍ବସୀଙ୍କ ଏହି ଫଟୋ ମ୍ୟାକ୍ସିମ ମାଗାଜିନର ଫଟୋସୁଟ । ଫଟୋରେ ଉର୍ବସୀ ପିଙ୍କ ରଙ୍ଗର ୱାନ ପିସ ଗାଉନରେ ନଜର ଆସିଛନ୍ତି ।
କିଛି ଘଂଟା ପୂର୍ବରୁ ଶେୟାର କରାଯାଇଥିବା ଏହିଫଟୋକୁ ଦେଢ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ବିଭିନ୍ନ ୟୁଜର ଭିନ୍ନ ଭିନ୍ନ କମେଂଟ କରିଛନ୍ତି । ଜଣେ ଲେଖିଛିଯେ ଏହା ବୋନି କପୁରର ତାଳିର କମାଲ ।
କହିରଖୁଛୁଯେ ଉର୍ବସୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିଲେ । ଏକ ରିସେପସନକୁ ଯାଇଥିବା ଉର୍ବସୀଙ୍କ ସାକ୍ଷାତ ହୋଇଥିଲା ବୋନି କପୁରଙ୍କ ସହିତ । କୌଣସି କାରଣରୁ ବୋନିଙ୍କ ହାତ ବାଜି ଯାଇଥିଲା ଉର୍ବସୀଙ୍କ ଅଂଟାରେ । ଯାହାପରେ ଏହାକୁ ନେଇ ଟ୍ରୋଲିଂର ଶୀକାର ହୋଇଥିଲେ ବୋନି ଏବଂ ଉର୍ବସୀ । ଜଣେ କମେଂଟ ଦେଇଥିଲେଯେ ପୁଅ ଆଂଟି ପଛରେ ତ ବାପା ୟଙ୍ଗ ଝିଅ ପଛରେ । ତେବେ ଏହାର ଜୱାବରେ ଉର୍ବସୀ ମଧ୍ୟ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ଏଭଳି ଖବର କରିଥିବା ମିଡିଆ ଚ୍ୟାନେଲକୁ ନିନ୍ଦା କରିଥିଲେ ।