ମଲାଇକାଙ୍କୁ ନେଇ ବୋନି କପୁରଙ୍କ କମେଂଟ । ଆଜି ହିଁ ଅର୍ଜୁନକୁ ଘରୁ ବାହାର କରିବି । ସମ୍ପତ୍ତିରୁ ଫୁଟି କଉଡ଼ି ମଧ୍ୟ……….. ।
ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଏବେ ଅର୍ଜୁନ କପୁରଙ୍କ ସହିତ ଲଭ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇଜଣ ନିକଟରେ ଭ୍ୟାକେସନ ପାଇଁ ମାଳଦୀବ ଯାଇଥିଲେ । ଯାହାର ଫଟୋ ମଲାଇକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।
ଏବେ ମଲାଇକାଙ୍କ ଫଟୋ ଉପରେ ଟ୍ରୋଲର୍ସ ଖୁବ କମେଂଟ କରୁଛନ୍ତି । ଖାସ କଥା ହେଉଛିଯେ ମଲାଇକାଙ୍କ ଫଟେରେ ଅର୍ଜୁନଙ୍କ ବାପା ବୋନି କପୁର କମେଂଟ କରିଥିବାର ଦେଖିବାକୁ ମିଳିଛି ।
କେଉଁଥିରେ ଲେଖିଛନ୍ତି ଫୁଟି କଉଡ଼ି ଦେବି ନାହିଁ ତ କେଉଁଠି ଲେଖିଛି ଏହି ମହିଳା କଳା ଯାଦୁ କରୁଛି । ଏହା ସହିତ ଏହା ମଧ୍ୟ ଲେଖାଅଛିଯେ ଆଜି ହିଁ ଘରୁ ବାହାର କରିଦେବି ।
କହିରଖୁଛୁଯେ ଏହା ବୋନିଙ୍କ ଅଫିସିଆଲ ଆକାଉଂଟ ନୁହେଁ । କେହି ଜାଣିଶୁଣି ଏଭଳି କରୁଛି ।