ଘର ବାଡ଼ିରୁ ବାଇଗଣ ତୋଳୁଥିବାର ଦେଖି ଏହି ଆକ୍ଟର କହିଲେ, ଅଧ କିଲୋ ଭେଣ୍ଡି ମିଳିବ?
୮୩ବର୍ଷ ବୟସରେ ମଧ୍ୟ ଧମେନ୍ଦ୍ର ଫାର୍ମହାଉସରେ କାମ କରୁଥିବାର ନଜର ଆସନ୍ତି । ଚାଷବାସ କରନ୍ତି । ତାଙ୍କର ଅଧିକାଂଶ ସମୟ ସେହିଠାରେ କଟିଯାଏ । ଏବେ ଧର୍ମେନ୍ଦ୍ରଙ୍କ ରାସ୍ତାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅବଶ୍ୟ ସେ ଫାର୍ମହାଉସକୁ ଯାଆନ୍ତି ନାହିଁ କିନ୍ତୁ ସେ ତାଙ୍କ ଘର ବାଡ଼ିରେ ଚାଷ କରିଛନ୍ତି । ତାହା ପୁଣି ସଂପୂର୍ଣ୍ଣ ଭାବରେ ଅର୍ଗାନିକ ।
ନିକଟରେ ଶିଳ୍ପାଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓରେ ଶିଲ୍ପା ଘରେ କରିଥିବା ବାଡିରୁ ବାଇଗଣ ଏବଂ କଂଚାଲଙ୍କା ତୋଳୁଥିବାର ନଜର ଆସିଛନ୍ତି । ଶିଳ୍ପାଙ୍କ ଏହି ଭିଡ଼ିଓରେ ଅଭିନେତା କାର୍ତ୍ତିକ ଆର୍ୟନ କମେଂଟରେ ଲେଖିଛନ୍ତି ଅଧ କିଲୋ ଭେଣ୍ଡି ମିଳିବ କି?
View this post on Instagram
ଭିଡ଼ିଓରେ ଶିଳ୍ପା କହୁଛନ୍ତି ଆଜି ରାତିରେ ଭେଣ୍ଠି ଭର୍ତ୍ତା କରିବି ଏବଂ ସେଥିରେ କଂଚା ଲଙ୍କା ମଧ୍ୟ ପକାଇବି । କେବଳ ସେତିକି ନୁହେଁ ଶିଳ୍ପା ମେଥି ପତ୍ର ମଧ୍ୟ ଲଗାଇଛନ୍ତି । ଶିଳ୍ପାଙ୍କ ଏହି ଭିଡ଼ିଓକୁ ୧୩ ଲକ୍ଷରୁ ଅଧିକ ଥର ଦେଖାସରିଛି ।