ଫିଟ ରହିବା ପାଇଁ କମେଡିଆନ କପିଲ ଫଲୋ କରୁଛନ୍ତି ଏହି ଖାସ ଡାଇଟ ।
ସୁସ୍ଥ ରହିବା ପାଇଁ ଡାଇଟର ଖୁବ ଆବଶ୍ୟକତା ରହିଛି । କାରଣ ଏହା ସୁସ୍ଥ ରହିବାର ଏକ ଅନନ୍ୟ ପ୍ରୟାସ । ତେବେ ଆଜି ଆମେ ଆଲୋଚନା କରୁଛୁ କମେଡିଆନ କପିଲ ଶର୍ମାଙ୍କ ଡାଇଟ ବିଷୟରେ ।
କପିଲ ପ୍ରତିଦିନ ସକାଳ ୬ଟାରେ ଉଠନ୍ତି ଏବଂ ୧ ଘଂଟା ସାଇକ୍ଲିଙ୍ଗ କରନ୍ତି । ଏହା ସହିତ ଯୋଗ ମଧ୍ୟ କରନ୍ତି । ୧୦ରୁ ୧୫ ମିନିଟ କାର୍ଡ଼ିଓ ଏକ୍ସରସାଇଜ ମଧ୍ୟ କରନ୍ତି । ଏହା ସହିତ ୨୦ ମିନିଟ ୱେଟ ଲିଫ୍ଟିଙ୍ଗ ମଧ୍ୟ କରନ୍ତି । ନିଜକୁ ଫିଟ ରଖିବା ପାଇଁ କପିଲ ଜଙ୍କ ଫୁଡ ଏବଂ ମିଠା ଠାରୁ ଦୂରେଇ ରହିଥାନ୍ତି ।
ବ୍ରେକଫାଷ୍ଟରେ କପିଲ ୧ଟି ବ୍ରାଉନ ବ୍ରେଡ ସ୍ୟାଣ୍ଡୱିଚ ସହିତ ଅମଲେଟ ଖାଇଥାନ୍ତି । ଏହା ସହିତ ଷ୍ଟ୍ରବେରୀ ଏବଂ ଆପଲ ଜୁସ ।
ଲଂଚରେ ଖୁବ ହାଲକା ଖାଦ୍ୟ ଖାଇଥାନ୍ତି । ଯେପରି ସିଝା ବ୍ରୋକଲି ।
ଡିନରରେ ବ୍ରାଉନ ରାଇସ ସହିତ ତାଜା ଫଳ ଓ ପନିପରିବା ସାଲାଡ । ଏହା ବ୍ୟତୀତ ମଝିରେ ମଛିରେ କପିଲ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ଭୁଲନ୍ତି ନାହିଁ ।