କ୍ୟାଟ୍ରିନାଙ୍କ ଖୁଲାସା ଏହି ଦିନ ରିଲିଜ ହେବ ‘ଭାରତ’ର ଟ୍ରେଲର
ବଲିଉଡର ସୁପରହିଟ ଯୋଡି ପୁଣିଥରେ ପରଦାରେ ଧମାଲ କରିବା ପାଇଁ ପ୍ରସ୍ତୁତ । ଆଜ୍ଞା, ହଁ, ଆମେ କହୁଛୁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବିଷୟରେ । ଦୁହେଁ ଖୁବ ଶୀଘ୍ର ଫିଲ୍ମ ଭାରତରେ ଏକା ସହିତ ନଜର ଆସିବେ । ଇତି ମଧ୍ୟରେ କ୍ୟାଟ୍ରିନା ରବିବାର ଫଟୋ ସେୟାର କରି କହିଛନ୍ତି ଫିଲ୍ମ ଭାରତର ଟ୍ରେଲର କେବେ ରିଲିଜ ହେବ ।
କ୍ୟାଟ୍ରିନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ ଭାରତର ଟ୍ରେଲର ୧୦ ଦିନ ପରେ ରିଲିଜ ହେବ । ଏହା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କେବଳ ଏତିକି ନୁହେଁ କ୍ୟାଟ୍ରିନାଙ୍କ ଏହି ପୋଷ୍ଟରେ ମାତ୍ର କିଛି ଘଣ୍ଟାରେ ୬ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।
କହିରଖୁଛୁ ଯେ, ଫିଲ୍ମ ଭାରତର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମରେ ସଲମାନ ଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଏବେ ସଲମାନଙ୍କ ଫ୍ୟାନ୍ସ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି ।