ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ପୂର୍ବ ବର୍ଷ ବଲିଉଡରେ ଡେବ୍ୟୁ କରିଥିଲେ । ଏବେ ପର୍ଯ୍ୟନ୍ତ ସେ କେବଳ ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି, ମାତ୍ର ସେ ତାଙ୍କ ସ୍ଥାନ ବିସ୍ତାର କରିପାରିଛନ୍ତି । ଏବେ ଠାରୁ ଜାହ୍ନବୀଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ରେଡ କାର୍ପେଟରୁ ନେଇ କାଜୁଆଲ ଆଉଟିଂ ପର୍ଯ୍ୟନ୍ତ, ଜାହ୍ନବୀଙ୍କ ଅନ୍ଦାଜ ଦେଖିବା ଲାୟକ ହୋଇଥାଏ । ଫିଲ୍ମଫେୟାର ରେ ତାଙ୍କ ପରଫର୍ମାନ୍ସ ଦେଖିବାକୁ ମିଳିଛି ।
View this post on Instagram
My first Filmfare performance!!!! Can’t wait for you’ll to see it ❤️❤️ tune in!
ଫିଲ୍ମଫେୟାର ଆୱାର୍ଡରେ ୨୦ଅପ୍ରେଲରେ ଟିଭିରେ ଟେଲିକାଷ୍ଟ ହେବ । ଏହି ଇଭେଂଟରେ ଜାହ୍ନବୀ ପ୍ରଥମଥର କୌଣସି ଆୱାଡ ଫଙ୍କସନରେ ଡାନ୍ସ ପରଫର୍ମାନ୍ସ କରିଛନ୍ତି । ସେ ଦୀପିକାଙ୍କ ଫିଲ୍ମ ପଦ୍ମାବତର ଘୁମର ଗୀତରେ ଡାନ୍ସ କରିଥିଲେ । ଫିଲ୍ମଫେୟାର ଏବଂ ଜାହ୍ନବୀ ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରିଛନ୍ତି । ଏହି ଶୋ’ରେ ବାପା ବୋନି କପୂର, ଭାଇ ଅର୍ଜୁନ କପୂର ଏବଂ ଭଉଣୀ ଖୁସି କପୂର ମଧ୍ୟ ନଜର ଆସିଥିଲେ ।
For the very first time, #JanhviKapoor will take the stage of the #VimalElaichiFilmfareAwards.
Catch the show on April 20, at 9pm, only on @ColorsTV. pic.twitter.com/WzJn2OtuTa
— Filmfare (@filmfare) April 14, 2019
ତେବେ ଜାହ୍ନବୀଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଜାହ୍ନବୀ ଏବେ ଗୁଂଜନ ସକ୍ସେନାଙ୍କ ବାୟୋପିକ କାରଗିଲ ଗର୍ଲ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଜାହ୍ନବୀଙ୍କ ସହ ଅଙ୍ଗଦ ବେଦୀ ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ । ଏହାବ୍ୟତୀତ ସେ କରଣ ଜୋହର ନିର୍ଦ୍ଦେଶିତ ଏକ ମଲ୍ଟି ଷ୍ଟାରର ଫିଲ୍ମ ତଖ୍ତରେ ମଧ୍ୟ ନଜର ଆସିବେ ।