ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍, ତାରା ସତାରିଆ ଏବଂ ଅନନ୍ୟା ପାଣ୍ଡେ ନିଜ ଅପକମିଂ ପିଲ୍ମ ଷ୍ଟୁଡେଂଟ୍ ଅଫ୍ ଦି ଇୟର୍ – ଟୁ ର ପ୍ରଥମେ ମେକିଂ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ନିଜ ସୁଟିଂ ସମୟର ଅନୁଭୂତିକୁ ସେୟାର୍ କରିଛନ୍ତି ଏହି ଷ୍ଟାରମାନେ । ଫିଲ୍ମ ଜରିଆରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏଂଟ୍ରି କରିବାକୁ ଯାଉଛନ୍ତି ଅଭିନେତ୍ରୀ ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେ । ଆଉ ପ୍ରଥମ ଫିଲ୍ମ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ମିଳିଥିବାରୁ ଉଭୟ ବେଶ ଖୁସି ଥିବା କହିଛନ୍ତି ।
ନିକଟରେ ଫିଲ୍ମର ଟ୍ରେଲର ଏକ ପୋଷ୍ଟର ରିଲିଜ କରାଯାଇଥିଲା । ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପୁନିତ ମଲହୋତ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବଂ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ- ଶେଖର । ଫିଲ୍ମ ୧୦ ମଇରେ ପରଦାକୁ ଆସିବ ।