ରାଜକୁମାର ଶେୟାର କଲେ ଗର୍ଲଫ୍ରେଣ୍ଡ ପତ୍ରଲେଖାର ଫଟୋ । ପ୍ରଶଂସାରେ ଲେଖିଲେ……………………………….. ।
ବଲିଉଡ ଆକ୍ଟର ରାଜକୁମାର ରାଓଙ୍କ ଗର୍ଲଫ୍ରେଣ୍ଡ ପତ୍ରଲେଖା ଖୁବଶୀଘ୍ର ଫିଲ୍ମ ବଦନାମ ଗଳିରେ ନଜର ଆସିବେ । ନିକଟରେ ପତ୍ରଲେଖା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ କରି ସାରିଛନ୍ତି । ପୋଷ୍ଟରରେ ପତ୍ରଲେଖା ବେବି ବମ୍ପ ସହିତନଜର ଆସିଛନ୍ତି । ତାଙ୍କୁ ଦେଖି ଆକ୍ଟର ଦିବ୍ୟେନ୍ଦୁ ଶର୍ମା ଆଶ୍ଚର୍ଯ୍ୟ ଭାବରେ ଦେଖୁଥିବାର ନଜର ଆସିଛନ୍ତି ।
ପତ୍ରଲେଖାଙ୍କ ଏହି ଫିଲ୍ମର ପୋଷ୍ଟର ଦେଖି ତାଙ୍କ ବଏଫ୍ରେଣ୍ଡ ରାଜକୁମାର ପ୍ରଶଂସା କରି କ୍ୟାପ୍ସନରେ ଲେଖିଛନ୍ତି ୱାଣ୍ଡର ଗର୍ଲ ପତ୍ରଲେଖା ମୋତେ ତୁମକୁ ନେଇ ଗର୍ବ ହେଉଛି । ଜି୫ରେ ଏହା ୧୦ ମଇକୁ ରିଲିଜ ହେବ ।
ରାଜକୁମାର ରାଓଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ଫିଲ୍ମ ମେଂଟାଲ ହେ କ୍ୟାରେ କଙ୍ଗନାଙ୍କ ସହିତ ନଜର ଆସିବେ ରାଜକୁମାର ରାଓ ।