୩୦ବର୍ଷ ପାର୍ ହେବା ମାତ୍ରେ ଶରୀରର ରଖନ୍ତୁ ବିଶେଷ ଧ୍ୟାନ, ନିୟମିତ ବ୍ୟବଧାନରେ କରାନ୍ତୁ ଚେକ୍ଅପ୍ !
୩୦ ବର୍ଷ ପାର୍ ହେଲାମାତ୍ରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ସହ ବିଭିନ୍ନ ପ୍ରକାରର ରୋଗର ଆଶଙ୍କା ଆରମ୍ଭ ହୋଇଯାଏ। ଏହାବ୍ୟତୀତ ବିଶୃଙ୍ଖଳିତ ଜୀବନଶୈଳୀ ଏବଂ ମାନସିକ ଚାପ ପାଇଁ ଅନେକ ସମସ୍ୟା ଭୋଗିବାକୁ ପଡ଼େ। ତେଣୁ ୩୦ ବର୍ଷ ପାର୍ ହେଲା ମାତ୍ରେ ଶରୀରର ବିଶେଷ ଧ୍ୟାନ ରଖିବା ଉଚିତ। ନିୟମିତ ବ୍ୟବଧାନରେ ଚେକ୍ଅପ୍ ମଧ୍ୟ କରିବା ଉଚିତ। ଚାଲନ୍ତୁ ଜାଣିବା ଏହି ବୟସରେ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି।
କିଡନୀ ରୋଗ
ଏଣୁ ତେଣୁ ଗୁଡ଼େ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କିଡ୍ନୀର ଆଖପାଖରେ ବିଷାକ୍ତ ପଦାର୍ଥ ଜମା ହୋଇଯାଏ। ଫଳରେ କୀଡନୀ ଷ୍ଟୋନ୍ ହେବାର ଆଶଙ୍କା ଦେଖାଦିଏ।
ମଧୁମେହ
ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଶୋଇବା, ବ୍ୟାୟାମ ନ କରିବା ତଥା ଅଧିକ ମିଠା ଖାଇବା ଦ୍ବାରା ମଧୁମେହ ସମସ୍ୟା ଦେଖାଦିଏ। ୩୦ ବର୍ଷ ହୋଇଗଲା ପରେ ମଝିରେ ମଝିରେ ମଧୁମେହ ପରୀକ୍ଷା କରିନେବା ଉଚିତ।
ହୃଦ୍ରୋଗ ସମସ୍ୟା
ବ୍ୟସ୍ତବହୁଳ ଜୀବନରେ ଲୋକେ ଚାପଗ୍ରସ୍ତ ରହୁଛନ୍ତି। ଏହା ହୃଦ୍ରୋଗ ସମସ୍ୟାର ମୁଖ୍ୟ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ କମ୍ ବୟସରେ ହୃଦ୍ଘାତର ଶିକାର ହେଉଛନ୍ତି। ସବୁବେଳେ ଚାପରେ ରହିବା ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ପାଇଁ ହୃଦ୍ଘାତର ଅଧିକ ଆଶଙ୍କା ରହୁଛି।
ଉଚ୍ଚ ରକ୍ତଚାପ
ଖାଇବା ପିଇବାରେ ନିୟନ୍ତ୍ରଣ ନ ରହିବା ଏବଂ ଅଧିକ ଜଙ୍କଫୁଡ୍ ଖାଇବା ଦ୍ବାରା ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ। ତେଣୁ ୩୦ ବର୍ଷ ପାର୍ ହେଲାମାତ୍ରେ ବ୍ଲଡ଼୍ ପ୍ରେସର ଚେକ୍ କରିଦେବା ଉଚିତ।
ପେଟ ରୋଗ
ମଦ-ସିଗାରେଟ୍ ସେବନ ତଥା ମାତ୍ରାଧିକ ଜଙ୍କଫୁଡ୍ ଖାଇବା ଫଳରେ ପେଟ ଉପରେ ପ୍ରଭାବ ପଡ଼େ। ସେହିପରି ଖାଦ୍ୟ ଉପରେ ନିୟନ୍ତ୍ରଣ ନ ରହିବା ଫଳରେ ହଜମ ଶକ୍ତି ପ୍ରଭାବିତ ହୋଇଥାଏ। ଫଳରେ ଅମ୍ଳ, କୋଷ୍ଠକାଠିନ୍ୟ ଏବଂ ପେଟ ଦରଜ ହେବା ଭଳି ସମସ୍ୟା ଲାଗି ରହେ। ତେଣୁ ନିୟମିତ ବ୍ୟବଧାନରେ ଚେକ୍ ଅପ୍ କରନ୍ତୁ।
ପରିସ୍ରା ସଂକ୍ରମଣ
କିଡ୍ନୀରୁ ବିଷାକ୍ତ ପଦାର୍ଥ ବାହାରି ନ ପାରିଲେ ପରିସ୍ରା ସଂକ୍ରମଣ ଦେଖାଦିଏ। ଏଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ସହ ନିମୟିତ ବ୍ୟବଧାନରେ କୀଡ୍ନୀ ଚେକ୍ଅପ୍ କରାଇ ନିଅନ୍ତୁ।