ବାପାଙ୍କୁ ଚାକିରୀକୁ ଯିବା ଦେଖି କିଛି ଏଭଳି ହେଲା କୁନି ପିଲା , ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ !
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ ଯାହା ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ । ଏହି ଭିଡିଓ କେବଳ ଭିଡିଓ ନୁହେଁ ଏଥିରେ ଲୁଚି ରହିଛି ଏକ ଅକୁହା କଥା । ଅସଲରେ ଏହି ଭିଡିଓ ନଜର ଆସିଛି ଏକ କୁନି ପୁଅ ପୋଲିସ ପୋଷାକରେ ଥିବା ଏକ ଯୁବକଙ୍କ ଗୋଡକୁ ଜାବୁଡି ଧରିଛି । ସେ ଯୁବକ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସେହି କୁନି ପିଲାର ବାପା ଯିଏ ପୁଲିସ ପୋଷାକ ପିନ୍ଧି ନିଜ କର୍ମସ୍ଥଳୀକୁ ବାହାରି ପଡିଛନ୍ତି । ଏହା କେବଳ ଭିଡିଓ ନୁହେଁ ଏହି ଭିଡିଓରେ ଲୁଚି ରହିଛି ସମସ୍ତ ପୁଲିସଙ୍କ ଦୈନନ୍ଦିନ ଜୀବନ କାହାଣୀ । ନିଜ ଜୀବନରେ କର୍ମକୁ ଆଦରି ନେଇଥିବା ଏହି ପୁଲିସ ପରିବାର ପାଇଁ ଉପଯୁକ୍ତ ସମୟ ଦେଇ ପାରିନଥାଆନ୍ତି । ଏହି ବ୍ୟସ୍ତବହୁଳ ଜୀବନରେ କିଭଳି ତାଙ୍କ ପିଲାମାନେ ବାପାଙ୍କ ଠାରୁ କିଛି ସମୟ ଆଶା କରନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଶେୟାର କରିଛନ୍ତି ଓଡିଶା ପୁଲିସ ମହା ନିରୀକ୍ଷକ ଅରୁଣ ବୋଥ୍ରା । ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି ଯେ ଏହା ହେଉଛି ପୁଲିସଙ୍କ ଜୀବନର କଷ୍ଟ ଅଧ୍ୟାୟ ,ଲମ୍ବା ଏବଂ ଅନିଶ୍ଚିତ ଡ୍ୟୁଟି ଆୱାର ଯୋଗୁଁ ପ୍ରତ୍ୟେକ ପୁଲିସବାଲାଙ୍କୁ ଏହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଏହାସହ ଅରୁଣ ବୋଥ୍ରା ଏହି ଭିଡିଓ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
This is the toughest part of the police job. Due to long and erratic duty hours most of the police officers have to face this situation.
Do watch. pic.twitter.com/aDOVpVZ879
— Arun Bothra (@arunbothra) April 28, 2019
ଭିଡିଓରେ ପିଲାଟି ବାରମ୍ବାର ନିଜ ବାପାଙ୍କୁ ଧରି କାନ୍ଦୁ୍ଥିବା ବେଳେ ତାଙ୍କ ବାପା ବାରମ୍ବାର ବୁଝାଉଥାଆନ୍ତି ଯେ ସେ ଖୁବ ଶୀଘ୍ର ଫେରିଆସିବେ । ଏହି ଭିଡିଓକୁ ୟୁଜର୍ସ ଖୁବ ଶେୟାର କରିବାରେ ଲାଗିଛନ୍ତି । ଏହି ଭିଡିଓ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହା ଲୋକଙ୍କୁ ଖୁବ ପସନ୍ଦ ଆସିଛି ।