ବାସ୍ତୁ ଅନୁସାରେ ସଜାନ୍ତୁ କିଚେନ, ଉଦୟ ହେବ ଭାଗ୍ୟ
- ବାସ୍ତୁ ଅନୁସାରେ ରୋଷେଇ ଘର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।
- ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବଦିଗରେ ରହିବା ଉଚିତ। ଫ୍ରିଜ୍ କିମ୍ବା ମାଇକ୍ରୋୱେଭ୍ ଅଗ୍ନି କୋଣରେ ରହିବା ଦରକାର।
- ଯେଉଁଠିକୁ ସବୁବେଳେ ଆଲୋକ ଓ ପବନ ଆସୁଥିବା ସେହି ଦିଗରେ ରୋଷେଇ ହେବା ଉଚିତ।
- ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ। ରାତିର ଅଇଁଣ୍ଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।
- ରୋଷେଇ ଘରକ ଲାଗି କିମ୍ବା ଏହା ଉପରେ ବାଥ୍ରୁମ୍ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ। ରାଗି କରି କିମ୍ବା ଚିଡ୍ଚିଡା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।
- ରୋଷେଇ ଘରେ ଅସରପା, ବୁଢ଼ିଆଣୀ ଜାଲ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରନ୍ତୁ। ଏହାଫଳରେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।
- ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍ ନ ହେବା ଉଚିତ। ଯଦି ପାଣି ପାଇପ୍ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍ କରନ୍ତୁ।