ପୁଣିଥରେ ସିରିଏଲକୁ କମବ୍ୟାକ କରିବେ କରଣ ସିଂ ଗ୍ରୋଭର !
ଟିଭି ସରିଏଲରୁ ବଲିଉଡ ଏଣ୍ଟ୍ରି କରିଥିବା ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ଆଉ ସିରିଏଲରେ ଦେଖିବାକୁ ମିଳୁନାହିଁ । ହେଲେ ତାଜା ଖବର ଅନୁସାରେ କରଣ ପୁଣିଥରେ ସିରିଏଲକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଖବର ଶୁଣିବା ପରେ କରଣଙ୍କ ଫ୍ୟାନ୍ସ ନିଶ୍ଚିତ ଭାବେ ଖୁସି ହୋଇଯାଇ ଥିବେ ।
ଖବର ଅନୁସାରେ ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ କସୌଟି ଜିନ୍ଦେଗୀ କେ ୨ ଜରିଆରେ ସେ ସିରିଏଲକୁ କମବ୍ୟାକ କରିବେ ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଏହି ସିରିଏଲରେ ସେ ମିଷ୍ଟର ବଜାଜ ରୋଲ ପ୍ଲେ କରିବେ । ଏହି ସିରିଏଲର ପ୍ରଥମ ଭାଗରେ ଅଭିନେତା ରୋନିତ ରାୟ ମିଷ୍ଟର ବଜାଜ ରୋଲ ପ୍ଲେ କରିଥିଲୋ ଏହା ବେଶ ଲୋକପ୍ରିୟତା ଅର୍ଜନ କରିଥିଲା।
ବଲିଉଡରେ ଏଣ୍ଟ୍ରି କରିବା ପରେ ସିରିଏଲ ଜଗତରୁ ଗାଏବ ଅଛନ୍ତି କରଣା ଜି ଟିଭିରେ ପ୍ରସାରିତ ସିରିଏଲ କୁବୁଲ ହୈ’ରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି ସିରିଏଲ ପୂର୍ବରୁ ‘ସେ ଦିଲ ମିଲ ଗଏ’ ସିରିଏଲରେ କାମ କରିଥିଲେ ।