ଫୋନି ବାତ୍ୟା ବିପନ୍ନଙ୍କ ପାଇଁ ଆଗକୁ ଆସି ସହାୟତାର ହାତ ବଢାଇଲେ ଓଡିଆ ସିନେ କଳାକାର !
ବାତ୍ୟା ଫୋନିରେ ବିପନ୍ନଙ୍କ ନିମନ୍ତେ ଓଡିଶା ଚଳଚ୍ଚିତ୍ର ଜଗତର କେତେକ ଆଗଧାଡିର ସେଲିବ୍ରିଟି ଆଗେଇ ଆସିଛନ୍ତି ବିପନ୍ନଙ୍କ ସ୍ଥିତି ସୁଧାରିବା ପାଇଁ । ବାତ୍ୟା ବିପନ୍ନଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ନିମନ୍ତେ କଟକରେ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ । ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ମାନିତା’ପକ୍ଷରୁ ସହଯୋଗରେ ସୋମବାର ସଂନ୍ଧ୍ୟାରେ ଦୋଳମୁଣ୍ଡାଇ ସ୍ଥିତ ଏକ ହୋଟେଲର ସମ୍ମିଳନୀ କକ୍ଷରେ ମିଳିତ ହୋଇ ନିଜ ମତ ରଖିଥିଲେ ସିନେ କଳାକାର । ସମ୍ମାନିତାର ସମ୍ପାଦିକା ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସାହୁ ଆଗକୁ ବଢି ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ ।
View this post on Instagram
Thanks to each & everyone for your help & support to rebuild AMA ODISHA ? God bless you all ??
ଏହି ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତାର ସଭାପତି ଦୀପା ସାହୁ, ଉପସଭାପତି ବନାନୀ ସାହୁ, ପୂର୍ବତନ କର୍ପୋରେଟର ରଂଜନ ବିଶ୍ୱାଳ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି , ଅମ୍ଳାନ ଦାସ, ରାକେଶ ଦେଓ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏହିଭଳି ଅନ୍ୟ କଳାକାର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।