ବର ଅଛି ହେଲେ କନ୍ୟା ନାହିଁ , ତଥାପି ଧୁମଧାମରେ ସଂପନ୍ନ ହେଲା ବିବାହ !
ଗୁଜୁରାଟର ହିମତନଗରରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବିବାହ ସଂପର୍କିତ ସବୁ ସମଗ୍ରୀ, ବନ୍ଧୁବାନ୍ଧବ, ରୀତିନୀତି କେଉଁଥିରେ କମି ନାହିଁ। ଯଦି କମି ଅଛି ତେବେ ତାହା କେବଳ କନ୍ୟା! ଆପଣ ଅନୁମାନ କରି ସାରିବେଣି ନିଶ୍ଚୟ ଯେ ଏକ ଗ୍ରାଣ୍ଡ୍ ବିବାହର ଇଚ୍ଛା ରଖିଥିବା ଯୁବକ ବିନା କନ୍ୟାରେ ହିଁ ନିଜର ଇଚ୍ଛା ପୂରା କରି ଚର୍ଚ୍ଚା ପାଲଟିଛନ୍ତି।
ଧୁମ୍ଧାମରେ ବିବାହ କରିବାର ଇଚ୍ଛା ରଖିଥିବା ୨୭ ବର୍ଷିଅ ଏହି ହିମତନଗରର ଯୁବକଙ୍କ ମନସ୍କାମନା ପୂରା ହେବା ସହ ଏହା ଚାରିଆଡ଼େ ବେଶ୍ ଚର୍ଚ୍ଚା ପାଲଟିଛି। ବିନା କନ୍ୟାରେ ପୂରା ଗୁଜୁରାଟୀ ରୀତିନୀତିରେ ବିବାହ ସଂପନ୍ନ ହୋଇଛି।
This Gujarat man had a lavish wedding, but no bride!
Read @ANI Story | https://t.co/DaJ6qOISJE pic.twitter.com/o8eiyhQZeE
— ANI Digital (@ani_digital) May 13, 2019
ଅନ୍ୟ ଗୁଜୁରାଟୀ ପରିବାର ପରି ଏହି ବର ପକ୍ଷ ଲୋକ ମଧ୍ୟ ମେହେନ୍ଦୀ, ସଂଗୀତ କରିଛନ୍ତି। ତାଙ୍କର ଏହି ଉତ୍ସବରେ ସମସ୍ତ ସଂପର୍କୀୟ ଯୋଗ ଦେଇ ବର ପକ୍ଷ ଲୋକଙ୍କୁ ଉତ୍ସାହିତ କରିଛନ୍ତି। ଏହି ନିଅରା ବର ଅଜୟ ତାଙ୍କ ବିବାହ ଦିନ ଏକ ସୁନେଲି ରଂଗରେ ସେରଓ୍ଵାନି ପିନ୍ଧିଥିଲେ। ମୁଣ୍ଡରେ ଏକ ଗୋଲାପି ରଂଗର ପଗଡ଼ି ବାନ୍ଧିଥିବାର ଦେଖିବାକୁ ମିଳିିଥିଲେ।
ଅଜୟ ଘୋଡ଼ା ଚଢ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିବାହରେ ପ୍ରାୟ ୨୦୦ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ଅଜୟଙ୍କ ଏପରି ବିବାହ ସଂପର୍କରେ ତାଙ୍କ ବାପା କହିନ୍ତି କି ପିଲାଟି ଦିନରୁ ସେ ନିଜ ମାଆଙ୍କୁ ହରାଇ ବସିଛନ୍ତି। ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ତାଙ୍କ ପାଇଁ କନ୍ୟା ମିଳିବା ଅସମ୍ଭବ। ସେ ବିବାହ କରିବାକୁ ଖୁବ୍ ଇଚ୍ଛୁକ ଥିବାରୁ ଆମେ ତା’ର ଇଚ୍ଛାକୁ ସମ୍ମାନ ଦେଇ ଏପରି କରିଛୁ।