ମାଲପୁଆ ରାବିଡ଼ି ପାଇଁ ନିୟମ ଭାଙ୍ଗିଲେ ଶିଳ୍ପା ସେଟ୍ଟୀ ।
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବି-ଟାଉନର ସବୁଠାରୁ ଫିଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଭଳି ଫିଗର ରଖିବା ପାଇଁ ସବୁ ଝିଅ ଇଛା ରଖନ୍ତି । ସେଥିପାଇଁ ସବୁ ଝିଅ ତାଙ୍କ ଡାଇଟକୁ ଅନୁସରଣ କରନ୍ତି । ଅବଶ୍ୟ ଏହି ଥର ସେ ଏଭଳି ଏକ ଭିଡ଼ିଓ ଶେୟାର କରିଛନ୍ତି ଯାହା ତାଙ୍କ ଡାଇଟର ଅନ୍ତର୍ଭୁକ୍ତ ନୁହେଁ । ଶିଳ୍ପା ମିଠା ଖାଉଥିବାର ଉପଭୋଗ କରୁଥିବାର ନଜର ଆସିଛି ।
ଏକ୍ସରସାଇଜ ଏବଂ ଯୋଗ ସହିତ ଶିଳ୍ପା କେବେ କେବେ ଚିଟ ଡେ ମଧ୍ୟ ପାଳନ କରି ଦେଉଛନ୍ତି । ଶିଳ୍ପା ତାଙ୍କ ଚିଟ ଡେ ମିଲର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଭିଡ଼ିଓରେ ଶିଳ୍ପା ମାଲପୁଆ ଏବଂ ରାବିଡ଼ି ଖାଉଥିବାର ଦେଖିବାକୁ ମିଳିଛି । ଶିଳ୍ପା ମୋହବତ ଅଲି ରୋଡର ଏକ ଭିଡ଼ିଓ ଶେୟାର କରିଛନ୍ତି ।