ହଲିଉଡ ଷ୍ଟାର ଅର୍ନୋଲ୍ଡ ଶ୍ୱାଜନେଗରଙ୍କୁ ଯୁବକ ପଛରୁ ମାରିଲେ ଗୋଇଠା, ଭିଡିଓ ଭାଇରାଲ !
ଦକ୍ଷିଣ ଆଫ୍ରିକାରେ ହଲିଉଡ ଷ୍ଟାର ଅର୍ନୋଲ୍ଡ ଶ୍ୱାର୍ଜନେଗରଙ୍କୁ ଜଣେ ଯୁବକ ପଛରୁ ଗୋଇଠା ମାରିବା ମାମଲା ସାମ୍ନାକୁ ଆସିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଘଟଣା ସେବେର ଯେବେ ଅର୍ନଲ୍ଡ ଆଫ୍ରିକାରେ ନିଜର ଏକ ସ୍ପୋର୍ଟସ ଇଭେଂଟର ପ୍ରଚାରରେ ଲାଗି ପଡିଥିଲେ । ମିଳିତ ଖବର ମୁତାବକ କାର୍ଲିଫର୍ଣ୍ଣିଆରେ ନିଜ ଇଭେଂଟର ପ୍ରଚାର କରିବା ପାଇଁ ପହଂଚିଥିବା ଅର୍ନୋଲ୍ଡଙ୍କ ଉପରେ ହମଲା କରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ବୃହତ ସଂଖ୍ୟାରେ ଲୋକ ଏହି ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି ।
ଏହି ବ୍ୟକ୍ତି ଦ୍ୱାରା ହୋଇଥିବା ହମଲାରେ ଅର୍ନୋଲ୍ଡଙ୍କର କିଛି ହୋଇନାହିଁ ଯାହା ଭିଡିଓରେ ଦେଖିବାକୁ ମିଳିଛି । ଏଠାରେ ଆମେ ଜଣାଇ ରଖୁଛୁ ଯେ ଶ୍ୱାର୍ଜନେଗର ଦ ଟର୍ମିନେଟର, କମାଣ୍ଡୋ ଏବଂ ଟୋଟାଲ ରିକଲ ଭଳି ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।