ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ କାମ ଦୀର୍ଘ ଦିନ ଧରି ଶେଷ ହେବା ପରେ ମଧ୍ୟ ଫିଲ୍ମ ରିଲିଜ ହୋଇପାରୁନାହିଁ । କାରଣ ହେଉଛି ଆଜି ପର୍ଯ୍ୟନ୍ତ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ସେ ଯାହା ହେଉ ଏତେ ସମସ୍ୟା ପରେ ମଧ୍ୟ ଗତକାଲି ଗୁଜୁରାଟରେ ଏହାର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏହାକୁ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ପହଂଚିଥିଲେ । ବାରମ୍ବାର ତାରିଖ ବଦଳିବା ପରେ ଏବେ ଫିଲ୍ମକୁ ଆଉ ଏକ ରିଲିଜ ଡେଟ ମିଳିଛି । ଖବର ଅନୁସାରେ ଫିଲ୍ମ ୨୪ ମଇକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।
ସ୍କ୍ରିନିଂରେ ଫିଲ୍ମର ଅଭିନେତା ବା ଏହି ବାପୋପିକର ମୁଖ୍ୟ ଚରିତ୍ର ବିବେକ ଓବରୟ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଥିରେ ମୋଦିଙ୍କ ଜିତିବାକୁ ନେଇ ଉତ୍ସବ ପାଳନ କରିବାକୁ ସେ ଲୋକଙ୍କୁ କହିଛନ୍ତି ।