ଆପଣଙ୍କ ଜାତକରେ କାଳସର୍ପ ଦୋଷ ରହିଛି କି, ଆପଣାନ୍ତୁ ଏହି ଉପାୟ ଦୂର ହେବ ସମସ୍ୟା !
ଶାସ୍ତ୍ରରେ ମୟୂର ପରକୁ ଏକ ପବିତ୍ର ଓ ଆଧ୍ୟାତ୍ମିକ ଜିନିଷ ବୋଲି କୁହାଯାଇଛି। ହିନ୍ଦୁଙ୍କର ପବିତ୍ର ଧର୍ମଗ୍ରନ୍ଥରେ ମୟୂର ପରର ଉଲ୍ଲେଖ ରହିଛି। କେବଳ ଘର ସଜାଇବା ପାଇଁ ମୟୂର ପରକୁ ବ୍ୟବହାର କରାଯାଇ ନ ଥାଏ ମାତ୍ର ଜୀବନରେ ଆସୁଥିବା ସମସ୍ୟାକୁ ରକ୍ଷା ପାଇବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ପରିବାର ସହିତ ସମ୍ୱନ୍ଧ ଖରାପ ହେଲେ କିମ୍ୱା ଆପଣଙ୍କ ପିଲା ପାଠ ନ ପଢୁଥିଲେ, ମୟୂର ପରରେ ସମସ୍ତ ସମସ୍ୟାର ସମାଧାନ ରହିଛି, ଆସନ୍ତୁ ଜାଣିବା ।
କାଳସର୍ପ ଦୋଷ ଦୂର ହୁଏ
ଯଦି ଆପଣଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ରହିଛି। ତେବେ ସୋମବାର ଦିନ ରାତିରେ ତକିଆରେ ସାତଟି ମୟୂର ପର ରଖି ଶୁଅନ୍ତୁ ଏବଂ ଶୋଇବା ଘରର ପଶ୍ଚିମ ଦିଗରେ ଥିବା କାନ୍ଥରେ ଏଗାରଟି ମୟୂର ପର ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରୁ ରାହୁ ଓ କେତୁଙ୍କର ଅଶୁଭ ପ୍ରଭାବ ଶେଷ ହୋଇଥାଏ।
ମୟୂର ପରରେ ନବଗ୍ରହ ବାସ କରନ୍ତି
ଅନେକ ସମୟରେ ଆପଣଙ୍କ କୁଣ୍ଡଳୀରେ ଗ୍ରହ ଏବଂ ନକ୍ଷତ୍ରଙ୍କ ମଧ୍ୟରେ ଉତ୍ଥାନ ପତନ ଲାଗି ରହିବା ଯୋଗୁ ଠିକ୍ ସମୟରେ ଆପଣଙ୍କ କାମ ହୋଇପାରେ ନାହିଁ। ଏଥିପାଇଁ ମୟୂର ପରକୁ ଶୋଇବା ଘରର ପୂର୍ବ କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏପରି କଲେ ଆପଣଙ୍କ ଅଟକି ରହିଥିବା କାମ ଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇଥାଏ। ମୟୂର ପରରେ ନବଗ୍ରହ ବା ନଅଟି ଦେବତା ବାସ କରନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ମତ ରହିଛି । ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ରାହୁର ଦଶା ଠିକ୍ ନାହିଁ, ସେମାନେ ରାତିରେ ତକିଆ ତଳେ ମୟୂର ପର ରଖି ଶୁଅନ୍ତୁ । ଏହା ଦ୍ୱାରା ଆପଣ ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିଥାନ୍ତି ଏବଂ ନବଗ୍ରହଙ୍କ ଶକ୍ତି ଯୋଗୁ ଆପଣଙ୍କ କୁଣ୍ଡଳୀରେ ରାହୁଙ୍କର ଦଶା ବି କଟି ଯାଇଥାଏ।