Only for Entertainment

ୟଶଙ୍କ ଫିଲ୍ମ ‘କେଜିଏଫ ୨’ରେ ରବୀନାଙ୍କ ଏଣ୍ଟ୍ରି, ଭରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ଆସିବେ ନଜର

Koimoi
26

କନ୍ନଡ ଫିଲ୍ମ କେଜିଏଫ୍‍ ପ୍ରଥମ ଭାଗ ବ୍ଲକବଷ୍ଟର ହିଟ୍ ହେବା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାର ନିଷ୍ପତି ନେଇଥିଲେ । ଏବେ ଏହାର ସିକ୍ୱେଲର କାମ ଖୁବ୍ ଜୋରରେ ଚାଲିଛି । ଏବେ ଏହି ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ ।

ରବୀନାଙ୍କୁ ଏହି ଫିଲ୍ମରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ରବୀନାଙ୍କ ଏହି ଚରିତ୍ରଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏହି  ଫିଲ୍ମର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଗଲାଣି । ଏହାର ସିିକ୍ୱେଲ  ଫିଲ୍ମର ପ୍ରଥମ ଭାଗ ତୁଳନାରେ ବଡ ଓ ଉନ୍ନତ ହେବ ବୋଲି କୁହାଯାଉଛି । ବଡ ବଜେଟର ଏହି ପିରିୟଡ ଡ୍ରାମାକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି । କେଜିଏଫ୍‍ର ଦ୍ୱୀତିୟ ଭାଗକୁ  ଫ୍ୟାନମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଶୁଣିବାକୁ ମିଳୁଛି କି, ରବୀନାଙ୍କ ବ୍ୟତିତ ଏହି  ଫିଲ୍ମରେ ସଂଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିପାରେ କିନ୍ତୁ ସଂଜୟଙ୍କ କାଷ୍ଟିଂକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଆସିନାହିଁ । ସେଥିପାଇଁ ସଞ୍ଜୟଙ୍କ ଏଥିରେ ଅଭିନୟ କରିବେ କି ନାଁ ଏହାକୁ ନେଇ ସସପେନ୍ସ ରହିଛି । କିଛି ଦିନ ହେବ କେଜିଏଫ୍‍ର ମୁଖ୍ୟ ଚରିତ୍ର ୟଶଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଜଣା ପଡୁଛି ଯେ କେଜିଏଫ୍‍ ପାଇଁ ଦର୍ଶକ କେତେ ଉକଣ୍ଠାର ସହ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More