ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଆର୍ଟିକଲ ୧୫’ର ଟ୍ରେଲର ରିଲିଜ ହୋଇ ସାରିଛି । ପୁଣିଥରେ ଅଭିନେତା ଆୟୁଷ୍ମାନ ଖୁରାନା ନିଜ ଫିଲ୍ମ ଜରିଆରେ ସାମାଜିକ ମୁଦ୍ଦା ଉଠାଇଛନ୍ତି ଏବଂ ଦର୍ଶକଙ୍କୁ ଇମ୍ପ୍ରେସ ମଧ୍ୟ କରିଛନ୍ତି । ଆୟୁଷ୍ମାନ ଖୁରାନାଙ୍କ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।
ଫିଲ୍ମରେ ଆୟୁଷ୍ମାନ ଖୁରାନା ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ଫିଲ୍ମକୁ ଅନୁଭବ ସିହ୍ନା ଏବଂ ଜି ଷ୍ଟୁଡିଓ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମ ୨୮ ଜୁନ ୨୦୧୯ରେ ରିଲିଜ ହେବ ।
Let’s be Indians: Firstly and Lastly
Presenting #Article15Trailerhttps://t.co/HQcLsngarZ #Article15 in cinemas on June 28th @anubhavsinha #ManojPahwa #IshaTalwar @sayanigupta @Mdzeeshanayyub #KumudMishra @ZeeStudios_ @ZeeMusicCompany pic.twitter.com/BIH9FSD4fF
— Ayushmann Khurrana (@ayushmannk) May 30, 2019