ହ୍ରିତିକ ରୋଶନ ସେୟାର କଲେ ‘ସୁପର ୩୦’ର ଆଉ ଏକ ନୂଆ ପୋଷ୍ଟର, ରିଲି ଲାଇଫ ଷ୍ଟୁଡେଣ୍ଟଙ୍କ ସହିତ ନଜର ଆସିଲା ଜବରଦସ୍ତ ଅନ୍ଦାଜ
ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ହ୍ରିତିକ ରୋଶନ ଦୁଇ ବର୍ଷ ପରେ ଏକ ଦମଦାର ଚରିତ୍ର ସହିତ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମରେ ହ୍ରିତିକ ରୋଶନ ବିହାରର ପ୍ରେଫେସର ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ ।
ନିକଟରେ ହ୍ରିତିକ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ଏହି ପୋଷ୍ଟଡରକୁ ସୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ଚରିତ୍ର ଶିକ୍ଷକର ଥିଲା କିନ୍ତୁ ଏହି ସେଟରେ ମୁଁ ଜଣେ ବିଦ୍ୟାର୍ଥୀ ଥିଲି । ଏ ହେଉଛନ୍ତି ମୋ ସୁପର ୩୦ । ଏମାନଙ୍କର ତପସ୍ୟା, ସ୍ୱଭାବ ଏବଂ ଉତ୍ସାହରୁ ମୁଁ ଅନେକ କିଛି ଶିଖିଛି ।
କିଛି ଘଣ୍ଟା ପୂର୍ବେ ସେୟାର କରାଯାଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ୧୨ ଜୁଲାଇ ୨୦୧୯ରେ ରିଲିଜ ହେବ । ଆଶା କରାଯାଉଛି ଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବେ ।