ହୋଲିକୁ ଶୁଭ କରିବାକୁ ଚାହୁଁଥିଲେ ଏହି ରାଶିର ବ୍ୟକ୍ତିମାନେ କରନ୍ତୁ ଏହି ସମସ୍ତ କାମ ।
ହୋଲିରେ ରଙ୍ଗର ବିଶେଷ ମହତ୍ୱ ରହିଛି । ଜ୍ୟୋତିଷଙ୍କ କହିବା ଅନୁସାରେ ଏହି ରାଶିର ଲୋକମାନେ ଏହି କାମ କଲେ ଶୁଭ ହେବ ।
ଯଦି ରାଶି ଅନୁସାରେ ହୋଲି ଖେଳନ୍ତି ତେବେ ଶୁଭ ହେବ । ଡାକ୍ତର ସୁଶାନ୍ତ ରାଜଙ୍କ କହିବା ଅନୁସାରେ ରଙ୍ଗ ଏକ ପ୍ରକାର କଲର ଥେରାପିର କାମ କରିଥାଏ । ଯାହା ଆମ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ହୋଲି ଦିନ ଯଦି ନିଜ ରାଶିର ସ୍ମାମୀଙ୍କ ମିତ୍ର ରାଶିଙ୍କ ରଙ୍ଗ ବ୍ୟବହାର କରିବେ ତେବେ ତାହା ଶୁଭ ହେବ । ଏହା ସହିତ ବ୍ୟକ୍ତିତ୍ୱ ମଧ୍ୟ ବଢିବ ।
ମେଷ – ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ମିତ୍ର ରାଶି ହେଉଛନ୍ତି ସିଂହ,କର୍ଳଟ,ମୀନ ଓ ଧନୁ । ଏମାନଙ୍କ ପାଇଁ ଲାଲ,ଶ୍ୱେତ ଚନ୍ଦନ ଏବଂ ହଳଦିଆ ରଙ୍ଗ ଶୁଭ ହୋଇଥାଏ ।
ବୃଷ-ଏହାର ସ୍ୱାମୀ ଗ୍ରହ ଶୁକ୍ର ଏବଂ ମିତ୍ର ରାଶି ମିଥୁନ,କନ୍ୟା,ମକର ଓ କୁମ୍ଭ । ଏମାନଙ୍କ ପାଇଁ ଶ୍ୱେତ ଚନ୍ଦନ,ସବୁଜ ଏବଂ ନୀଳ ରଙ୍ଗ ଶୁଭ ହୋଇଥାଏ ।
ମିଥୁନ-ସ୍ୱାମୀ ଗ୍ରହ ବୁଧ,ମିତ୍ର ରାଶି ସିଂହ,ବୃଷ ଓ ତୁଳା । ଏମାନଙ୍କ ପାଇଁ ଶ୍ୱେତ ଚନ୍ଦନ,ସବୁଜ ଏବଂ ଲାଲ ରଙ୍ଗ ଶୁଭ ହୋଇଥାଏ ।
କର୍କଟ-ସ୍ୱାମୀ ଗ୍ରହ ଚନ୍ଦ୍ର । ମିତ୍ର ରାଶି ସିଂହ,କନ୍ୟା ଓ ମିଥୁନ । ଶ୍ୱେତ ଚନ୍ଦନ ଏବଂ ସବୁଜ ।
ସିଂହ-ସ୍ୱାମୀ ଗ୍ରହ ସୂଯ୍ୟ ଏବଂ ମିତ୍ର ରାଶି ମେଷ,କର୍କଟ ଓ ମୀନ । ଶୁଭ ରଙ୍ଗ ଲାଲ,ଶ୍ୱେତ ଚନ୍ଦନ ଏବଂ ଧଳା ।
କନ୍ୟା-ସ୍ୱାମୀ ଗ୍ର ବୁଧ । ମିତ୍ର ରାଶି ସୂର୍ଯ୍ୟ ଏବଂ ଶୁକ୍ର । ଶୁଭ ରଙ୍ଗ ସବୁଜ,ଲାଲ ଓ ଧଳା ।