ପଂଜାବୀ ଫେମସ ସିଙ୍ଗର ମନକ୍ରିତ ଔଲାଖଙ୍କର ନୂଆ ପଂଜାବୀ ଗୀତ ‘ଟିଆର ଦିଆନ ପେଂଟାନ’ୟୁଟ୍ୟୁବରେ ରିଲିଜ ହେବା ପରେ ଧମାଲ ମଚାଇବାରେ ଲାଗିଛି । ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।
ଏହାପୂର୍ବରୁ ଏହି ସିଙ୍ଗରଙ୍କର ଆହୁରୀ ଅନେକ ଗୀତକୁ ଫ୍ୟାନ୍ସ ମାନେ ପସନ୍ଦ କରନ୍ତି । ଏଠାରେ ଆମେ କହି ରଖୁଛୁ ଯେ ମନକ୍ରିତ ଏକ ହରିୟାଣାର ଛୋଟ ଗାଁ ବେହବାଲପୁରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଜଣେ ଚାଷୀ ଏବଂ ମା’ ଗୃହିଣୀ । ପ୍ରଥମେ ମନକ୍ରିତ ନିଜ କ୍ୟାରିଅର ଆରମ୍ଭ କରିଥିଲେ ୨୦୧୩ରେ । ସେ ୨୦୧୩ରେ ଡିଜେ ସାଂଜଙ୍କ ସହ ଡେବ୍ୟୁଟ ସଙ୍ଗ ଦର୍ଶନ କରକେ ଗାଇ ଦର୍ଶକଙ୍କ ମନ ଜିତିପାରିଥିଲେ ।