ପିଲାମାନଙ୍କୁ ବିସ୍କୁଟ ଖାଇବା ଖୁବ ପସନ୍ଦ । ଯଦି ଆପଣଙ୍କ ଛୁଆଙ୍କୁ ବିସ୍କୁଟ ଖାଇବା ପସନ୍ଦ ତେବେ ଆପଣ ବିସ୍କୁଟରେ ପ୍ରସ୍ତୁତ ଓରିଓ ଆଇସକ୍ରିମ୍ ସେକ ତିଆରି କରି ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତତ କରିବାର ପ୍ରଣାଳୀ…
ସାମଗ୍ରୀ-
ଆଇସକ୍ରିମ୍- ୩ ସ୍କୁପ
କ୍ଷୀର- ୧/୨ କପ
ଓରିଓ ବିସ୍କୁଟ- ୫ଟି
ହିପଡ୍ କ୍ରିମ
ଓରିଓ କୁକିଜ ପାଉଡର
ପ୍ରଣାଳୀ-
– ଏକ ବ୍ଲେଣ୍ଡରରେ ୩ ସ୍କୁପ ଆଇସକ୍ରିମ, ୧/୨ କ୍ଷୀର ଏବଂ ୫ ଓରିଓ କୁକିଜ ପକାଇ ସ୍ମଥ ବ୍ଲେଣ୍ଡ କରନ୍ତୁ ।
– ଏହି ମିଶ୍ରଣକୁ ଏକ ଗ୍ଲାସରେ ଢାଳନ୍ତୁ ।
– ବର୍ତ୍ତମାନ ମିଶ୍ରଣ ଉପରେ ହିପଡ୍ କ୍ରିମ ପକାନ୍ତୁ ।
– ଏହାପରେ ଓରିଓ କୁକିଜ ପାଉଡର ଛିଞ୍ଚନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କ ଓରିଓ ଆଇସକ୍ରିମ ସେକ୍ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।