ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ୧୦୦ କୋଟି ଆକ୍ସନ ଥିଲରରେ ଏହି ଅଭିନେତ୍ରୀଙ୍କ ଏଣ୍ଟ୍ରି, ଜାଣନ୍ତୁ ନାମ
ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଆଗାମୀ ଆକ୍ସନ ଥିଲର ଫିଲ୍ମକୁ ନେଇ ଏବେ ଖୁବ ଚର୍ଚ୍ଚା । ଏହି ଫିଲ୍ମକୁ ୟଶରାଜ ବ୍ୟାନରରେ ବଡ ସ୍ତରରେ ସୁଟ କରାଯାଉଛି । ମେକର୍ସ ଚାହୁଁଛନ୍ତି ଯେ, ଏହି ଫିଲ୍ମ ସହିତ ସେ ବଲିଉଡର ଆକ୍ସନ ଫିଲ୍ମର ସ୍ତର ବଢାଇବା ପାଇଁ । ଖାସ ସେଥିପାଇଁ ଫିଲ୍ମକୁ ଦେଶର ଅଲଗା ଅଲଗା ସ୍ଥାନରେ ସୁଟ କରାଯିବ । ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ସହିତ ବାଣୀ କପୁର ମଧ୍ୟ ନଜର ଆସିବେ ।
୩ କଳାକାରଙ୍କ ସହିତ ୟଶରାଜ ବ୍ୟାନରର ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଏବେ ଆଉ ଜଣେ କଳାକାରଙ୍କ ଏଣ୍ଟ୍ରି ହୋଇସାରିଛି । ତାଜା ରିପୋର୍ଟ ଅନୁସାରେ ଫିଲ୍ମର ଟିମ ସହିତ ଏବେ ଅନୁପ୍ରିୟା ଗୋୟନକା ଜଏନ କରିବାକୁ ଯାଉଛନ୍ତି । ଅନୁପ୍ରିୟା ଏହା ପୂର୍ବରୁ ପଦ୍ମାବତରେ ସାହିଦ କପୁରଙ୍କ ପ୍ରଥମ ପତ୍ନୀ ଭୂମିକାରେ ନଜର ଆସିଥିଲେ । ପଦ୍ମାଦତ ସହିତ ଅନୁପ୍ରିୟା ଗୋୟନକା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ରେ ମଧ୍ୟ ନଜର ଆସିଥିଲେ ।
ଅନୁପ୍ରିୟା ଗୋୟନକା କହିଛନ୍ତି ଯେ, ଏହି ଫିଲ୍ମ ସହିତ ଯୋଡି ହୋଇ ମୁଁ ଖୁବ ଖୁସି ଅଛି । ଫିଲ୍ମରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ପରି କଳାକାର ଅଛନ୍ତି । ସେମାନଙ୍କ ସହିତ କାମ କରି ଅନେକ କିଛି ଶିଖିବି । ୟଶରାଜ ଫିଲ୍ମ ସହିତ ଏହା ମୋର ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ମୁଁ ଟାଇଗର ଜିନ୍ଦା ହେରେ କାମ କରିଛି । ମୋତେ ଏହି ଫିଲ୍ମ ପାଇଁ ଚୟନ କରିଥିବାକୁ ମୁଁ ଆଦିତ୍ୟ ଚେପ୍ରାଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ଆଶା କରୁଛି ମୋ ଚରିତ୍ର ଦର୍ଶକଙ୍କୁ ପସନ୍ଦ ଆସିବ ।