ମାହି ଗିଲ ଷ୍ଟାରର ଫିଲ୍ମ ‘ଫିକ୍ସର’ର କ୍ରୁ ସଦସ୍ୟଙ୍କ ଉପରେ ଆକ୍ରମଣ, ୭ ଜଣ ଗିରଫ ।
ମୁମ୍ବାଇର ମିରା ରୋଡରେ ମାହି ଗିଲ ଷ୍ଟାରର ଫିଲ୍ମ ଫିକ୍ସରର ସୁଟିଂ ଚାଲୁଛି । ଏହି ସମୟରେ ସୁଟିଂ କରୁଥିବା କ୍ରୁ ଉପରେ ମଦୁଆ ଗୁଣ୍ଡାମାନେ ଆକ୍ରମଣ କଲେ । ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ତିଗମାଂଶୁ ଧୁଲିୟା ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ଟ୍ୱିଟ ଦେଖିବା ପରେ ମୁମ୍ବାଇ ପୋଲିସ ଆକ୍ସନ ନେଇଛି । ଏହି ଘଟଣାର ଯାଂଚ କରିବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।
Thane: Police has arrested seven people in connection with the incident where cast and crew of an under production web series ‘Fixerr’ featuring actor Mahie Gill, were allegedly attacked by goons yesterday. Cast & crew of ‘Fixerr’ to meet Maharashtra CM today. (file pic) pic.twitter.com/z6p24M7dPx
— ANI (@ANI) June 20, 2019
ନ୍ୟୁଜ ଏଜେନ୍ସି ଏଏନଆଇର ଟ୍ୱିଟ ଅନୁସାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ଗୁରୁବାରକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀକୁ ପୂରା ଟିମ ସାକ୍ଷାତ କରିବେ । ଏହାର ସୂଚନା ତିଗମାଂଶୁ ମଧ୍ୟ ସୋସିଆଲ ମିଡିଆରେ ଦେଇଥିଲେ । କିଛି ଲୋକ ଛଡ଼ ଏବଂ ଠେଙ୍ଗା ଧରି ଆସି ଜବରଦସ୍ତି ପ୍ରବେଶ କରି ମାରପିଟ କରିଥିଲେ । ମଦୁଆ ମାନଙ୍କ କହିବା ଅନୁସାରେ ବିନା ଅନୁମତିରେ ସେମାନେ ଏଠାରେ ସୁଟିଂ କରିପାରିବେ ନାହିଁ । ଏହା ସହିତ ପୋଲିସ ଉପରେ ମଧ୍ୟ ଅଭିଯୋଗ ଲଗାଇ ସାକେତ ସାହନୀ ନାମକ ଜଣେ ବ୍ୟକ୍ତି କହିଛନ୍ତିଯେ ପୋଲିସ ଆମକୁ ଆମ ଜିନିଷ ସେଠାରୁ ଆଣିବା ପାଇଁ ମଧ୍ୟ ଅନୁମତି ଦେଲା ନାହିଁ ଏବଂ କୋର୍ଟରେ ପହଂଚିବାକୁ କହିଲେ ।
ମାହି ଗିଲଙ୍କ ଅଭିଯୋଗ ଅନୁସାରେ ପୋଲିସ ମଧ୍ୟ ଏହି ମାମଲାରେ ସଂପୃକ୍ତ ।