ଯଦି ଆପଣ ଜଣେ ଏସିଆନ ଫୁଡ ଲଭର ତେବେ ଆପଣ ରସୁଣର ଆବଶ୍ୟକତା ନିହାତି ଜାଣିଥିବେ । ଯଦି ଆପଣ ରୋଷେଇ କରିବାକୁ ପସନ୍ଦ କରୁଥିବେ ତେବେ ରସୁଣରୁ ଚୋପା ଛଡ଼ାଇବାର ସହଜ ଉପାୟ ଖୋଜୁଥିବେ । ରସୁଣର ଖାଇବାର ସ୍ୱାଦ ବଢାଇଥାଏ ସତ କିନ୍ତୁ ଏହାକୁ ରୋଷେଇରେ ବ୍ୟବହାର କରିବା ପୂର୍ବରୁ ଚୋପା ଛଡ଼ାଇବାର ପ୍ରକ୍ରିୟା ଭାରି କଷ୍ଟ ଦିଏ ।
As someone who makes a lot of Korean food, this is the best method for getting garlic peeled!
? pic.twitter.com/14GGJDQhRj— ????????? ✣ ???? ? (@VPestilenZ) June 17, 2019
ନିକଟରେ ଜଣେ ଟ୍ୱିଟର ୟୁଜର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଅତି ସହଜରେ ରସୁଣରୁ ଚୋପା ଛଡ଼ାଉଛନ୍ତି । ତାହା ପୁଣି ୨୫ ସେକେଣ୍ଡ ମଧ୍ୟରେ । ଭିଡ଼ିଓକୁ ୨୦.୯ ମିଲିଅନରୁ ଅଧିକ ଦେଖି ସାରିଲେଣି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଂଟ ଆସୁଛି, ଏବଂ କାମରେ ବ୍ୟବହାର କରିବା ପାଇଁ ଲୋକମାନେ ଆଉ ଅପେକ୍ଷା ମଧ୍ୟ କରିପାରୁ ନାହାଁନ୍ତି ।