ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ବରା ।
ଆବଶ୍ୟକ ସାମଗ୍ରୀ
୧. ବ୍ରେଡ୍
୨. ଦହି
୩. ସୁଜି
୪. ଚାଉଳ ଚୂନା
୫. ପିଆଜ
୬. ଅଦା
୭. ଧନିଆପତ୍ର
୮. ଭୃସଙ୍ଗପତ୍ର
୯. ଜିରା
୧୦. ହେଙ୍ଗୁ
୧୧. ଲୁଣ
୧୨. ତେଲ
ପ୍ରସ୍ତୁତି ପ୍ରଣାଳୀ
ଅତିକମ୍ରେ ୭ରୁ ୮ ପିସ୍ ବ୍ରେଡ ନିଅନ୍ତୁ, ଏହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଅଧା କପ୍ ଚାଉଳ ଚୂନା ନିଅନ୍ତୁ, ଏଥିରେ ଅଧା କପ୍ ଦହି ଓ ଅଧାରୁ କମ ସୁଜି ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ କଟା ପିଆଜ, ଲଙ୍କା, ଧନିଆ ପତ୍ର ଓ ଭୃସଙ୍ଗପତ୍ର ମିଶାଇ ଗୋଳାନ୍ତୁ। ଭଲଭାବେ ଗୋଳାଇବା ପରେ ଆବଶ୍ୟକ ପରିମାଣରେ ଜିରା, ହିଙ୍ଗୁ ଓ ଲୁଣ ମିଶାଇ ଆଉ ଥରେ ଗୋଳାଇ ଦିଅନ୍ତୁ।
ଏବେ ଚୂଲାରେ କଢେଇ ବସାଇ ତେଲ ଗରମ କରନ୍ତୁ। ଏହାପରେ ହାତରେ ଅଳ୍ପ ତେଲ ଲଗାଇ ଆଗରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣଙ୍କୁ ବରାର ଆକୃତି କରି ତେଲରେ ପକାନ୍ତୁ। ବରା ଲାଲ ହୋଇଯିବା ପରେ ବାହାର କରି ପ୍ଲେଟ୍ରେ ରଖି ଦିଅନ୍ତୁ। ଏହାପରେ ବରାକୁ ଧନିଆ ଚଟଣୀ କିମ୍ୱା ଟମାଟୋ ଚଟଣୀ ସହ ପରିବାର ସହ ପରଷନ୍ତୁ ।