ବସ୍ ଙ୍କୁ ଇମୋଜୀ ପଠାଇ ଚାକିରିରୁ ନିଲମ୍ବିତ ହେଲେ ମହିଳା କର୍ମଚାରୀ !
ସାଙ୍ଗସାଥୀଙ୍କୁ ମେସେଜ୍ ପଠାଇବା ସମୟରେ ଆମେ ଇମୋଜୀର ବ୍ୟବହାର କରିଥାଉ । ହେଲେ ଏହି ଇମୋଜୀକୁ ନେଇ ଜଣେ ମହିଳାଙ୍କୁ ଚାକିରି ହରାଇବାକୁ ପଡ଼ିଛି । ମହିଳା ଜଣକ ତାଙ୍କ ମାଲିକଙ୍କୁ ଏହି ଇମୋଜୀ ପଠାଇଥିଲେ ।
ଚାଇନାର ହୁନାନ ସ୍ଥିତ ଚାଙ୍ଗସିରେ ଏକ ବାର ଟେଣ୍ଡର ଭାବେ କାମ କରନ୍ତି ଏହି ମହିଳା ଜଣକ । ତାଙ୍କ କମ୍ପାନୀରେ କାମ କରୁଥିବା କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ଏହି ନିୟମ ଭାଙ୍ଗୁଥିବା କର୍ମଚାରୀଙ୍କ ପ୍ରତି ସଂସ୍ଥା ପକ୍ଷରୁ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରାଯାଉଛି ।
ନିୟମ ଅନୁସାରେ ପ୍ରତି କର୍ମଚାରୀଙ୍କୁ ସବୁଦିନର ଘଟଣା ମେସେଜ କରିବାକୁ ହେବ । ଟେକ୍ସଟ ମେସେଜର ଜବାବ ଟେକ୍ସଟ ମେସେଜରେ ଦେବାକୁ ହେବ । ହେଲେ ଏହି ମହିଳା ଜଣକ ନିଜ ବସ୍ଙ୍କୁ ମେସେଜର ଉତ୍ତର ଦେବା ବେଳକୁ ଓକେ ଲେଖିବା ସହ ଇମୋଜୀ ପଠାଇଥିଲେ । କମ୍ପାନୀର ନିୟମ ଭାଙ୍ଗିଥିବା କାରଣରୁ ପରଦିନ ତାଙ୍କ ଠାରୁ ଇସ୍ତଫା ମଗାଯାଇଥିଲା ।