ସନି ଲିଓନଙ୍କୁ ବାଜିଲା ଗୁଳି, ସୁଟିଂ ସେଟରେ ଚାଂଚଲ୍ୟ ।
ସନି ଲିଓନ ଏବେ ଖୁବ ଚର୍ଚ୍ଚାରେ । ବାସ୍ତବରେ ସନି ଲିଓନଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସନିଙ୍କୁ ଜଣେ ବ୍ୟକ୍ତି ଗୁଳି ମାରୁଛି ଏବଂ ଅଭିନେତ୍ରୀ ସେଠାରେ ପଡ଼ି ଯାଉଛନ୍ତି । ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଉଠୁନାହାଁନ୍ତି । ଆପଣ ଆଉ କିଛି ଭାବିନେବା ପୂର୍ବରୁ ଆମେ ଆପଣଙ୍କୁ କହିରଖୁଛୁ ଏହା ରିଅଲ ଲାଇଫର ଭିଡ଼ିଓ ନୁହେଁ ବରଂ ରିଲ ଲାଇଫର ।
ଭିଡ଼ିଓ ସନି ଲିଓନଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରାଯାଇଛି । ଭିଡ଼ିଓ ରାତି ସମୟର, ଯେଉଁଥିରେ ଜଣେ ବ୍ୟକ୍ତି ବନ୍ଧୁକ ଆଣି ସନିଙ୍କୁ ଗୁଳି କରି ଦେଉଛି । ଅବଶ୍ୟ ଏହା ସନି ଲିଓନଙ୍କ କୌଣସି ଫିଲ୍ମର ଭିଡ଼ିଓ । ସନିଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସନି କ୍ରୁ ମେମ୍ବରଙ୍କ ସହିତ ପ୍ରାଙ୍କ କରୁଥିବାର ନଜର ଆସିଛନ୍ତି ।
Graphic Warning ⚠️
Part 2:
Thank Goodness she is ok! Ha ha ha ? pic.twitter.com/3UiMjg8XhP— Sunny Leone (@SunnyLeone) June 27, 2019
ଯେତେବେଳେ ସନି ତଳେ ପଡ଼ି ଯାଉଛନ୍ତି ଏବଂ ସମସ୍ତଙ୍କ ସହିତ ପ୍ରାଙ୍କ କରୁଛନ୍ତି ତାହା ସମସ୍ତଙ୍କୁ ଜଣା ନଥିଲା । ସନି ନ ଉଠିବାରୁ ସମସ୍ତେ ଚିନ୍ତିତ ହୋଇଗଲେ । ପରେ ଜଣାପଡ଼ିଲା ସନି ପ୍ରାଙ୍କ କରୁଥିଲେ ।