ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ହେବାକୁ ଚାହୁଁଛନ୍ତି , ତେବେ ଜାଣିରଖନ୍ତୁ ନିଆରା ଫଟୋଗ୍ରାଫି ଟ୍ରିକ୍ସ !
ସୋସିଆଲ ମିଡିଆର ଦୁନିଆ ଯେବେଠାରୁ ବିକଶିତ ହେଲାଣି, ସେବେଠାରୁ ଲାଇକ ଏବଂ ଶେୟାରର ଚାହିଦା ବଢିଲାଣି । ଲୋକମାନେ ଏହାକୁ କିଣି ମଧ୍ୟ ପାରୁଛନ୍ତି । କିନ୍ତୁ କିଛି ଲୋକ ନିଜର କ୍ରିଏଟିଭିଟି କାରଣରୁ ଲାଇକ ଏବଂ ଶେୟାର ବଢାଇଥାଆନ୍ତି , ଏହାସହ ଲୋକଙ୍କ ହୃଦୟ ମଧ୍ୟ ଜିତିଥାଆନ୍ତି । ଏହିଭଳି କିଛି ପରିଶ୍ରମୀ ଫଟୋଗ୍ରାଫ ଟ୍ରିକ୍ସ ଆପଣଙ୍କୁ ଏଠାରେ ବତାଇବୁ । ଏହିଭଳି ଟ୍ରିକ୍ସ ଆପଣ ଟ୍ରାଏ କଲେ ନିଶ୍ଚୟ ଲାଇକ ଏବଂ ଶେୟାର ବଢିଯିବ ଏବଂ ଏହାସହ ସମସ୍ତେ ଆପଣଙ୍କ ଫଟୋଗ୍ରାଫିକୁ ପସନ୍ଦ କରିବେ ।
ଏହି ଫଟୋଗ୍ରାଫରଙ୍କ ଇନଷ୍ଟାଗ୍ରାମରେ jordi.koalitic ନାମରେ ଅକାଉଂଟ ଅଛି । ଏଠାରେ ତାଙ୍କୁ ୩୮ହଜାର ଲୋକ ଫଲୋ କରୁଛନ୍ତି । ଏବେ ଆପଣ ମଧ୍ୟ ଜାଣିପାରୁଥିବେ ଯେ ତାଙ୍କର ଫଟୋଗ୍ରାଫରେ କେତେ ଦମ ରହିଛି ।