ଘର ପାଖରେ ମେହେନ୍ଦୀ ଏବଂ ତେନ୍ତୁଳି ଗଛ ଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ସମସ୍ୟା !
ପରିବେଶ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଲୋକମାନେ ଘରର ଆଖପାଖରେ ଗଛ ଲଗାନ୍ତି। ଖାଲିସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପମମାନେ ଲଗାଉଥିବା ଗଛ ମଧ୍ୟରୁ କିଛି ଗଛ ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ବିନା କାରଣରେ ଘରେ ବାଦ ବିବାଦ, କଳି ଝଗଡ଼ା ଲାଗି ରହେ ଓ ଅଶାନ୍ତି ସୃଷ୍ଟି ହୁଏ। ବିଶେଷ କରି ଘରେ କଣ୍ଟାଯୁକ୍ତ, କ୍ଷୀର ବାହାରୁଥିବା ଓ ବିଷାକ୍ତ ଗଛ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।
ତେନ୍ତୁଳି ଓ ମେହେନ୍ଦୀ:
କୁହାଯାଏ, ତେନ୍ତୁଳି ଓ ମେହେନ୍ଦୀ ଗଛରେ ନକାରାତ୍ମକ ଶକ୍ତି ବାସ କରିଥା’ନ୍ତି। ତେଣୁ ଘରେ ଏହି ଦୁଇ ଗଛ ଲଗାଇବା ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ଘରେ ଅଯଥାରେ ଝଗଡା ମଧ୍ୟ ଲାଗିରହେ।