ଘରେ ପ୍ରସ୍ତୁତ କରନ୍ତୁ ଏଗଲେସ ଭାନିଲା କପକେକ୍
ଯଦି ଆପଣଙ୍କୁ ବିନା ଅଣ୍ଡାରେ ପ୍ରସ୍ତୁତ କେକ୍ ପସନ୍ଦ କରନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏଗଲେସ ହ୍ୱାଇଟ୍ ଭାନିଲା କପକେକ୍ ପ୍ରସ୍ତୁତ ପ୍ରଣାଳୀ ବିଷୟରେ କହିବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…
ସାମଗ୍ରୀ-
ବଟର- ୧୦୦ ଗ୍ରାମ
ଚିନି- ୧୮୦ ଗ୍ରାମ
ଦହି- ୧୪୦ ଗ୍ରାମ
ଭାନିଲା ଏକ୍ସଟ୍ରେକ୍ଟ- ୧/୨ ଚାମଚ
ମଇଦା- ୨୫୫ ଗ୍ରାମ
ବେକିଙ୍କ ପାଉଡର- ୩ ଚାମଚ
କ୍ଷୀର-୧୫୦ ମିଲି
ହିପଡ୍ କ୍ରିମ୍
ଷ୍ଟ୍ରବେରୀ- ସ୍ୱାଦ ପାଇଁ
ପ୍ରଣାଳୀ-
– ସର୍ବ ପ୍ରଥମେ ଏକ ପାତ୍ରରେ ୧୦୦ ଗ୍ରାମ ବଟର, ୧୮୦ ଗ୍ରାମ ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
– ବର୍ତ୍ତମାନ ଏହି ମିଶ୍ରଣରେ ୧୪୦ ଗ୍ରାମ ଦହି, ୧/୨ ଚାମଚ ଭାନିଲା ଏକ୍ସଟ୍ରେକ୍ଟ ମିଶାନ୍ତୁ ।
– ଏହାପରେ ଏଥିରେ ୨୫୫ ଗ୍ରାମ ମଇଦା, ୩ ଚାମଚ ବେକିଙ୍ଗ ପାଉଡର, ୧୫୦ ମିଲି କ୍ଷୀର ପକାଇ ଗାଢା ଘୋଳ ପ୍ରସ୍ତୁତ କରନ୍ତୁ ।
– ପ୍ରସ୍ତୁତ କରିବାଥିବା ଘୋଳକୁ ମାଫିନ କପରେ ଢାଳନ୍ତୁ ।
– ବର୍ତ୍ତମାନ ଏହାକୁ ଓଭନରେ ୩୫୦ ଡିଗ୍ରୀ ଏଫ/୧୮୦ ଡିଗ୍ରୀ ସେଲସିୟସରେ ୩୦ ମିନଟ ପର୍ଯ୍ୟନ୍ତ ବେକ କରନ୍ତୁ ।
– ବର୍ତ୍ତମାନ ବେକ୍ ହେବା ପରେ ଏହା ଉପରେ ହିପଡି କ୍ରିମ ଲଗାନ୍ତୁ ।
– ଏଗଲେସ ହ୍ୱାଇଟ ଭାନିଲା କପକେକ୍ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହା ଉପରେ ଷ୍ଟ୍ରେବେରୀ ପକାଇ ସର୍ଭ କରନ୍ତୁ ।