ଆସାମରେ ମିଳିଲା ୧୪ଫୁଟ ଲମ୍ବା ଅହିରାଜ, ଦେଖନ୍ତୁ ଆଶ୍ଚର୍ଯ୍ୟକର ଫଟୋ !
ଦୁନିଆରେ ସାପର ଅନେକ ପ୍ରଜାତି ମିଳିଥାଏ, ଏଥିମଧ୍ୟରୁ ଅନେକ ପ୍ରଜାତି ଅଛନ୍ତି ଯେଉଁମାନେ କି ବିଷଧର ହୋଇ ନଥାଆନ୍ତି। କିନ୍ତୁ ଏମିତି କିଛି ପ୍ରଜାତି ଅଛନ୍ତି, ଯେଉଁମାନଙ୍କ ବିଷ ବହୁତ ରହିଥାଏ। ସାପ ପ୍ରଜାତି ମଧ୍ୟରୁ ସବୁଠାରୁ ବିଷଧର ପ୍ରଜାତି ହେଉଛି ଅହିରାଜ। ଏହି ସାପକୁ ଦେଖିଲା ମାନେ ଯେକେହି ବି ଭୟ କରି ଥାଆନ୍ତି। ତେବେ ଜୁଲାଇ ୫ ତାରିଖରେ ଆସାମର ନୌଗ୍ରାମର ଜିଆଜୁରି ଟି ଷ୍ଟେଟରେ ଏକ ଜମିରେ ୧୪ଫୁଟର ଏକ ଅହିରାଜ ସାପ ନଜର ଆସିଥିଲା।
ପ୍ରକାଶିତ ରିପୋର୍ଟ ମୁତାବକ, ଚା’ ବଗିଚାରେ କିଛି ସ୍ଥାନୀୟଲୋକେ କାମ କରୁଥିବା ସମୟରେ ହଠାତ ଏକ ୧୪ଫୁଟ ଲମ୍ବ ଅହିରାଜ ସାପକୁ ଦେଖିବାକୁ ପାଇଥିଲେ। ସେ ଏହି ସାପ ସମ୍ପର୍କରେ ବନବିଭାଗକୁ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବନବିଭାଗ କର୍ମଚାରୀ ୧୪ଫୁଟର ଏହି କିଙ୍ଗକୋବ୍ରାକୁ ଚା’ ବାଗିଚାରୁ ଉଦ୍ଧାର କରିଥିଲେ।
Assam: A 14-ft-long king cobra was rescued from Jiajuri Tea Estate in Nagaon district on 5th July. It was later released in Suwang Reserve Forest. pic.twitter.com/RlQ8ZEcObd
— ANI (@ANI) July 7, 2019
କୁହାଯାଉଛି, କିଙ୍ଗ କୋବ୍ରାକୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ସେ ଅନେକ ଥର ଦଂଶନ କରିବାକୁ ଚେଷ୍ଟା କରିଛି। ସହଜରେ ଧରା ଦେଉ ନଥିଲା। ତେବେ କିଙ୍ଗ କୋବ୍ରକୁ ଦୁଇଦିନ ପୂର୍ବରୁ ଅର୍ଥାତ ଜୁଲାଇ ୫ରେ ଉଦ୍ଧାର କରାଯାଇଥିଲା।