ଗୁଜୁରାଟୀ ଲୋକ ଗାୟିକା ଗୀତା ରବାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ପିତ କଲେ ଏହି ଗୀତ !
ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଗୁଜୁରାଟୀ ଫୋକ୍ କଣ୍ଠଶିଳ୍ପୀ ଗୀତା ରାବାରୀ ସୋମବାର ମୋଦୀଙ୍କ ଉଦେଶ୍ୟରେ ଏକ ଗୀତ ଉତ୍ସର୍ଗ କରି ଚର୍ଚ୍ଚା ପାଲଟିଛନ୍ତି। ସଂସଦ ପରିସରରେ ଗୀତା ଗାଇଥିବା ଗୀତଟି ସୋସିଆଲ୍ ନେଟ୍ଓ୍ଵର୍କିଂ ସାଇଟ୍ ଫେସ୍ବୁକ୍, ଟ୍ଵିଟର୍ରେ ବୁଲିବାରେ ଲାଗିଛି। ଗୀତା ଗୁଜୁରାଟର ମାଲଧାରୀ ଆଦିବାସୀ ସଂପ୍ରଦାୟର ଝିଅ।
Gujarati folk singer Geeta Rabari after meeting PM: I 1st met him when I was a child. I sang in school, he awarded me Rs 250&asked me to keep practicing. We’re Maldhari ppl who live in jungle, my father received a post card of “Beti Bachao, Beti Padhao”, then he sent me to school pic.twitter.com/IrZIRhn5xa
— ANI (@ANI) July 8, 2019
ସେ ଗଣମାଧ୍ୟରେ ନିଜର ମତ ରଖିଛନ୍ତି ଯେ ‘ମୁଁ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟୁନାହିଁ। ମୁଁ ପ୍ରଥମେ ମୋଦୀଙ୍କୁ ପିଲାଦିନେ ନିଜ ସ୍କୁଲ୍ରେ ଭେଟିଥିଲି। ମୁଁ ସ୍କୁଲ୍ କାର୍ଯ୍ୟକ୍ରମରେ ଏକ ଗୀତ ଗାଇଥିବା ହେତୁ ମୋଦୀ ମୋତେ ୨୫୦ ଟଙ୍କା ପୁରସ୍କାର ଦେବା ସହ ଗାୟିକୀ ଅଭ୍ୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।’