ଅଭିନେତ୍ରୀ ନୋରା ଫତେହୀ ନିଜ ଡ୍ୟାନ୍ସ ପାଇଁ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି କାରଣ ପାଇଁ ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଉପହାର ଦେଉଛନ୍ତି । କିଛି ସମୟ ପୂର୍ବରୁ ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ବାଟଲା ହାଉସ’ର ନୂଆ ଗୀତ‘ଓ ତାକି ତାକି ’ର ଟିଜର ରିଲିଜ କରାଯାଇଛି ।
ଏହି ଟିଜରରେ ନୋରା ଫତେହୀଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭସ ଦେଖିବାକୁ ମିଳିଛି । ଟିଜର ରିଲିଜ ହେବା ପୂର୍ବରୁ ନୋରା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଗୀତ ବିଷୟରେ ସୂଚନା ଦେଇଥିଲେ ।
କହିରଖୁଛୁ ଯେ, ‘ଓ ସାକି ସାକି’ ୨୦୦୪ରେ ରିଲିଜ ହୋଇଥିବା ସଂଜୟ ଦତ୍ତଙ୍କ ଫିଲ୍ମ ‘ମୁସାଫିର’ର ଗୀତ ‘ଓ ସାକି ସାକି’ର ରିମେକ ଅଟେ ।
ଫିଲ୍ମ ବାଟଲା ହାଉସ ବିଷୟରେ କହିବାକୁ ଗଲେ ନିକଟରେ ଏହି ଫିଲ୍ମରେ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଜନ ଆବ୍ରାହମଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।