ଅକ୍ଷୟ କୁମାର ଶେୟାର କଲେ ‘ମିଶନ ମଙ୍ଗଲ’ର ନୂଆ ପୋଷ୍ଟର , ୧୮ଜୁଲାଇରେ ରିଲିଜ ହେବ ଟ୍ରେଲର !
ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟର ନିଜେ ଅକ୍ଷୟ ନିଜର ଅଫିସିଆଲ ଅକାଉଂଟରେ ଶେୟାର କରିଛନ୍ତି ।
ଅଭିନେତା ଫ୍ୟାନ୍ସଙ୍କ ସହ ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ ‘ ଏକ କାହାଣୀ ଯାହା ମହାକାଶ ବିଜ୍ଞାନର ପରିଭାଷା ବଦଳାଇ ଦେଇଛି । ମିଶନ ମଙ୍ଗଳର ଟ୍ରେଲର ପାଇଁ ପ୍ରସ୍ତୁତି ହେବାରେ ଲାଗିଛି , ଯାହାକି ୧୮ଜୁଲାଇରେ ରିଲିଜ ହେବ ।
ଏହି ପୋଷ୍ଟରରେ ଅକ୍ଷୟଙ୍କ ବ୍ୟତୀତ ଫିଲ୍ମରେ ଥିବା ବାକି କଳାକାର ଯେପରିକି ବିଦ୍ୟା ବଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ , ଶରମନ ଜୋଶୀ, କିର୍ତ୍ତି କୁଲ୍ହାରୀ, ନିତ୍ୟା ମେନନ ନଜର ଆସିଛନ୍ତି ।
Ek kahaani, jisne Indian space science ki paribhasha hi badal di! Get ready for the #MissionMangal Trailer, coming on 18th July.@taapsee @SonakshiSinha @vidya_balan @TheSharmanJoshi @menennithya@IamKirtiKulhari @Jaganshakti @foxstarhindi #CapeOfGoodFilms #HopeProductions pic.twitter.com/2JAiO8dwUH
— Akshay Kumar (@akshaykumar) July 16, 2019
ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ଟ୍ରେଲର କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ରୋମାଂଚକ ଟିଜରରେ ମଙ୍ଗଳାୟନର ଲନ୍ଚିଂ ପୂର୍ବରୁ ହୋଇଥିବା ପ୍ରସ୍ତୁତି ବିଷୟରେ ଦେଖିବାକୁ ମିଳିଛି । ଫିଲ୍ମରେ ଅକ୍ଷୟ ଭାରତୀୟ ମହାକାଶ ରିସର୍ଚ୍ଚ ଅଂର୍ଗାନାଇଜେସନର ଜଣେ ସିନିଅର ବୈଜ୍ଞାନିକ ଭୂମିକା ତୁଲାଉଛନ୍ତି । ଯିଏକି ମଙ୍ଗଳ ମିଶନରେ ମାର୍ସ ଓର୍ବିଟର ଉପରେ କାମ କରିଥିଲେ ।