‘ବିଗ ବସ୍’ ନା ‘ଖତରୋଁ କେ ଖିଲାଡ଼ୀ’? କେଉଁ ଶୋ ପାଇଁ ‘ୟେ ହୈ ମୋହବତେଁ’ ଛାଡ଼ିଲେ କରଣ ପଟେଲ?
ଟିଭିର ଚର୍ଚ୍ଚିତ ଲୋକପ୍ରିୟ କଳାକାର କରଣ ପଟେଲଙ୍କ ନିଷ୍ପତ୍ତି ଶୁଣିବା ପରେ ହୁଏତ ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଯାଇପାରେ । କାରଣ ଏକତା କପୂରଙ୍କ ମେଗା ଧାରାବାହିକ’ ୟେ ହୈ ମୋହବତେଁ’ରେ ରମନ ଭଲ୍ଲା ଚରିତ୍ରରେ ନଜର ଆସୁଛନ୍ତି କରଣ । ଏହି ଧାରାବାହିକରେ ସେ ଦର୍ଶକଙ୍କର ଯେତିକି ମନୋରଂଜନ କରିଛନ୍ତି ହୁଏତ ତାହା କୌଣସି ଉପହାର ଠାରୁ କମ ନୁହେଁ । ଆପଣ ସମସ୍ତେ ଜାଣନ୍ତିଯେ କରଣ ରିଆଲିଟି ଶୋ ଦେଖନ୍ତି ଏବଂ ତାହାକୁ ନେଇ ଠିକ ଭୁଲ ବିଚାର କରି କମେଂଟ ଦିଅନ୍ତି । ବିଶେଷ କରି ଟିଭିର ଲୋକପ୍ରିୟ ସଲମାନଙ୍କ ରିଆଲିଟି ଶୋ ବିଗବସକୁ ନେଇ ସବୁବେଳେ ସେ ନିଜର ଦୃଢ ମନ୍ତବ୍ୟ ରଖନ୍ତି । ଯାହାକୁ ନେଇ ବିଗବସ ସିଜନ ଆରମ୍ଭ ହେବାମାତ୍ରେ ସେ ବାରମ୍ବାର ଚର୍ଚ୍ଚାକୁ ଆସିଯାନ୍ତି । ଗତ ସିଜନ ୧୨ରେ କରଣଙ୍କୁ ବିଗବସ ଘରକୁ ଅତିଥି ଭାବରେ ଡକା ଯାଇଥିଲା ଏବଂ ସେଠାରେ ମଧ୍ୟ ସେ ନିଜର ମତ ରଖିଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ ବୁଝାଇଥିଲେ । ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ କରଣ ‘ୟେ ହୈ ମୋହବତେଁ’ ଶୋ ଛାଡ଼ିବା ପାଇଁ କନଫର୍ମ କରି ଦେଇଛନ୍ତି ।
ଆଜ୍ଞା ହଁ କରଣ ଧାରାବାହିକ ଛାଡ଼ିବାର ପ୍ରକୃତ କାରଣ ହେଉଛି ସେ ରୋହିତ ସେଟ୍ଟୀଙ୍କ ରିଆଲିଟି ଶୋ ‘ଖତରୋଁ କେ ଖିଲାଡ଼ୀ’ରେ ନଜର ଆସିବେ । ଅଭିନେତାଙ୍କ କହିବା ଅନୁସାରେ ସେ ଉଭୟ ସମୟକୁ ବାଲାନ୍ସ କରିବା ପାଇଁ ଖୁବ ଚେଷ୍ଟା କଲେ, କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ସେ ସିରିଅଲ ଛାଡ଼ୁଛନ୍ତି ।
କରଣ ଏକତା କପୂରଙ୍କୁ ଖୁବ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ସୁଯୋଗ ଦେଇଥିବାରୁ ନିଜକୁ କୃତଜ୍ଞ ବୋଲି କହିଛନ୍ତି କରଣ ।ଏହା ସହିତ ଏହି ଶୋ ତାଙ୍କୁ ଖୁବ ଭଲପାଇବା ଦେଇଥିବା କଥା ମଧ୍ୟ ସେ କହିଛନ୍ତି । କହିରଖୁଛୁ ଶୋ’ରେ ଦିବ୍ୟଙ୍କା ତ୍ରିପାଠୀଙ୍କ ଅପୋଜିଟରେ ନଜର ଆସୁଛନ୍ତି କରଣ । ଏବେ କରଣଙ୍କ ସ୍ଥାନରେ ଚୈତନ୍ୟ ଚୌଧୁରୀ ନଜର ଆସିବେ ବୋଲି କୁହାଯାଉଛି । ଏହା ପୂର୍ବରୁ ଚୈତନ୍ୟ ସିଆଇଡି ଏବଂ କହିଁ ତୋ ହୋଗା’ରେ ନଜର ଆସିଥିଲେ ।