ନଦୀ ଭିତରେ ଅଜବ ପ୍ରକ୍ରିୟାରେ ଚାଲିଛି ଗୋ-ଚାଲାଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ !
ସୋସିଆଲ ମିଡିଆ ଆସିବା ଦିନଠାରୁ କିଛି ନା କିଛି ଭାଇରାଲ ହେବାରେ ଲାଗିଛି । ସେହିଭଳି ଏବେ ଆଉ ଏକ ଘଟଣା ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।
ଗୋମାତାଙ୍କୁ ଆମେ ପୂଜା କରୁଛୁ । ମାତ୍ର ଗୋ-ଚାଲାଣ ଯେପରି ସାଧାରଣ ମାମଲା ପାଲଟିଛି । ଏହି ମାମଲା ବିରୁଦ୍ଧରେ ଅନେକ ସ୍ଥାନରେ ଆଇନ ଲାଗୁ ହେବା ସତ୍ୱେ ମଧ୍ୟ ଏହାର କୌଣସି ଫଳାଫଳ ଦେଖିବାକୁ ମିଳିନାହିଁ । ତେବେ ଏହି ମାମଲାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଘୂରି ବୁଲୁଛି ।
ଭାରତ ବାଂଲାଦେଶ ମଧ୍ୟରେ ଥିବା ବ୍ରହ୍ମପୁତ୍ର ନଦୀ ଦେଇ, କିପରି କଦଳୀ ଗଛର ଦୁଇଟି ଗଣ୍ଡି ମଝିରେ ଗୋମାତା ମାନଙ୍କୁ ବାନ୍ଧି ବାଂଲାଦେଶକୁ ଅବୈଧ ଗୋ-ଚାଲାଣ ହୋଉଛି, ତାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖନ୍ତୁ…
ଭାରତ ବାଂଲାଦେଶ ସୀମାରେ ପ୍ରହାର ଦେଉଥିବା #BSF ର ଯବାନ ମାନେ ଲକ୍ଷାଧିକ ଗୋମାତାଙ୍କୁ ଉଦ୍ଧାର କରୁଥିଲେ ମଧ୍ୟ ଗୋ-ତଷ୍କର ମାନଙ୍କର ଏହି ନେଟୱର୍କ ଏତେ ବଡ ଯେ ଏହାକୁ ବନ୍ଦ କରିବା ସମ୍ଭବ ହେଉନାହିଁ, ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ। କେନ୍ଦ୍ର ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ।