ଖରାପ ଶକ୍ତି ପ୍ରଭାବରୁ ଦୂରେଇ ରଖେ ବେଲ ଗଛ
କୁହାଯାଏ ଘର ଉପରେ ବିଭିନ୍ନ ଖରାପ ଶକ୍ତି ବା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବାସ୍ତୁ ଶାସ୍ତ୍ରରେ ଏହାର କିଛି ସମାଧାନର ରାସ୍ତା ମଧ୍ୟ ରହିଛି । ଯାହା ହେଉଛି ଗଛ । କୁହାଯାଏ ଏଭଳି କିଛି ଗଛ ରହିଛି ଯାହା ନକରାତ୍ମକ ଶକ୍ତି ପ୍ରଭାବରୁ ଦୂରେଇ ରଖେ ।
ଘରେ ତୁଳସୀ ଗଛ ଥିଲେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇଲେ ଭାରି ଶୁଭ ସାବ୍ୟସ୍ତ ହୋଇଥାଏ। ସେହିପରି ବାସ୍ତୁ ଶାସ୍ତ୍ର ଅନୁଶାରେ ଅଁଳା ଗଛର ମଧ୍ୟ ମହତ୍ୱ ରହିଛି। ଅଁଳା ଗଛରେ ଦେବାଦେବୀ ବାଷ କରନ୍ତି ବୋଲି ବିଶ୍ୱାଷ ରହିଛି। ତେଣୁ ଆପଣ ନିଜ ବାଡ଼ିରେ ଅଂଳା ଗଛ ଲଗାଇପାରିବେ ଓ ପୂଜା ମଧ୍ୟ କରିପାରିବେ।
ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ ଦେବାଦେବୀଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ସେହିପରି ବେଲ ଗଛ ହେଉଛି ଭଗବାନ ଶିବଙ୍କର ପ୍ରିୟ। ଆପଣ ନିଜ ବାଡ଼ିରେ ବେଲ ଗଛ ଲଗାଇପାରିବେ। ଏହା ଦ୍ୱାରା ଘରେ ଚାରିପଟେ ନକରାତ୍ମକ ଶକ୍ତି ଉଭେଇ ଯାଇଥାଏ। ସେହିପରି ଅରଖ ଗଛର ମଧ୍ୟ ଅନେକ ମହତ୍ୱ ରହିଛି। ଅରଖ ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହି ଗଛ ଲଗାଇଲେ ଆପଣଙ୍କର ଶତ୍ରୁ ଦୂର ହୋଇଥାନ୍ତି ।