ଆଗାମୀ ବଲିଉଡ୍ ବ୍ଲାକ୍ କମେଡି ଫିଲ୍ମ ‘ଜଜମେଂଟାଲ୍ ହୈ କ୍ୟା’ର ନୂଆ ଗୀତ ମୁକ୍ତିଲାଭ କରିଛି । ଫିଲ୍ମଟି ଦୁଇ ଜଣ ପଡୋଶୀ ବବି ଗିରେୱାଲ୍ ଓ କେଶବଙ୍କୁ ନେଇ ଗତିଶୀଳ ହୋଇଛି । ଏଥିରେ ବବି ଚରିତ୍ରରେ ଅଭିନେତ୍ରୀ କଙ୍ଗନା ରଣାୱତ, କେଶବ ଚରିତ୍ରରେ ରାଜକୁମାର୍ ରାଓ ଏବଂ ଜିମି ସେରଗିଲ ଙ୍କୁ ଦେଖିବାକୁ ମିଳିବ । ରିଲିଜ୍ ହୋଇଥିବା ଏହି ଗୀତରେ ରହିଛି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ଜିମି ସେରଗିଲଙ୍କର କିଛି ରୋମାଂଟିକ ସିନ । ଏହି ଗୀତରେ ଶୁଣିବାକୁ ମିଳିଛି ସୁରଭି ଦାସପୁତ୍ରଙ୍କ ସହ ଅର୍ଜୁନ ହରଜାଇଙ୍କ ଗାୟିକୀ ।
ଫିଲ୍ମର କାହାଣୀକୁ ନଜରରେ ରଖି ଏହିପରି ଗୀତ ପ୍ରସ୍ତୁତ କରିଛନ୍ତି ମେକର୍ । ତେବେ କିଛି ଦିନ ଆଗରୁ ସିନେମାର ଟ୍ରେଲର୍ ମୁକ୍ତିଲାଭ କରିଥିଲା ଯାହାକୁ ଅଡିଏନ୍ସ ପସନ୍ଦ କରିଥିଲେ । ବାଲାଜି ମୋସନ୍ ପିକଚର୍ସ ବ୍ୟାନରର ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋଭେଲାମୁଡ୍ଡି । ଏହି ସିନେମାରେ ଜିମ୍ମି ସରଗିଲ୍, ଅମିରା ଦସ୍ତୁର୍, ସୁଦେବ ନାୟାର୍, ସତିଶ କୌଶିକ୍, ମିମୋ ଚକ୍ରୋବର୍ତି, ରାଜେଶ ଜୟଶ୍, ହ୍ରିଷିତା ଭଟ୍ଟ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୨୬ ଜୁଲାଇରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଜଜମେଂଟାଲ୍ ହୈ କ୍ୟା’ ।
Next Post
Comments