ବିଗ ବସର ପୂର୍ବ ପ୍ରତିଯୋଗୀ ସପନା ଭବନାନୀ ପାକିସ୍ତାନ ଯିବା ପାଇଁ ଇମରାନ ଖାନଙ୍କୁ କଲେ ଗୁହାରୀ, କହିଲେ…
ବିବାଦୀୟ ଟିଭି ଶୋ’ ବିଗ ବସରେ ନଜର ଆସିଥିବା ସେଲିବ୍ରିଟି ହୋୟାର ଷ୍ଟାଇଲିଷ୍ଟ ସପନା ଭବନାନୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି । ପାକିସ୍ତାନ ଯିବା ପାଇଁ ସପନା ଏହି ଗୁହାରୀ କରିଥିବା ଜଣାପଡିଛି ।
ସପନା ମଙ୍ଗଳବାର ଟ୍ୱିଟ କରି କହିଛନ୍ତି, ‘ଇମରାନ ଖାନ ସାର, ମୁଁ ଜଣେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମକାର ଏବଂ ମୁଁ ସିନ୍ଧ ଉପରେ ‘ସିନ୍ଧସ୍ତାନ’ ନାମକ ଏକ ଡକ୍ୟୁମେଣ୍ଟାରୀ ନିର୍ମାଣ କରୁଛି । ସିନ୍ଧ ପାଇଁ ମୋ ଭିଜା ଦୁଇଥର କସ୍ୱିକାର କରାଯାଇସାରିଲାଣି । କିନ୍ତୁ ମୁଁ ଶୁଣିଛି ଆପଣ ସମସ୍ତଙ୍କ ଠାରୁ ଭିନ୍ନ ଆପଣ ଶାନ୍ତି ଚାହାଁନ୍ତି । କୃପା କରି ଆପଣ ମୋତେ ଏବଂ ମୋ ଟିମକୁ ନିମନ୍ତ୍ରଣ ପଠାଇପାରିବେ କି ? ଏହା ଆମର ଏକ ସ୍ୱପ୍ନ । ’
. @ImranKhanPTI sir i am a documentary filmmaker frm India & have made a documentary on Sindh called @sindhustan i have been rejected twice to get a visa to Sindh but i hear you are different and want peace .. so do we! Please invite me and my film to Sindh .. it is my dream! pic.twitter.com/jF1nLdjQKR
— Sapna Moti Bhavnani (@sapnabhavnani) July 23, 2019
ଅସଲରେ ପୁଲୱାମା ଆକ୍ରମଣ ପରେ ଭାରତରେ ପାରିସ୍ତାନ କଳାକାର ଏବଂ ପାକିସ୍ତାନରେ ଭାରତୀୟ କଳାକର ଏବଂ ଫିଲ୍ମକୁ ବ୍ୟାନ କରାଯାଇଛି । ଇତି ମଧ୍ୟରେ ସପନା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ଅପିଲ କରିଛନ୍ତି ।