‘ଇନସାଅହ୍ଲା’ ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ୱାର୍କଆଉଟ କରୁଛନ୍ତି ସଲମାନ ଖାନ, ନୂଆ ଲୁକରେ ଆସିବେ ନଜର
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ଆଜି କାଲି ନିଜର ପ୍ରାୟ ସମୟ ବିତାଉଛନ୍ତି ଜିମରେ । ଆଗାମୀ ଫିଲ୍ମ ‘ଦବଙ୍ଗ-ଥ୍ରୀ’ ପାଇଁ ସଲମାନ୍ ଏଭଳି ବଡି ବନାଉଥିବା ଶୁଣିବାକୁ ମିଳୁଛି । ହେଲେ ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି ତାଙ୍କର ଏହି ପ୍ରସ୍ତୁତିକୁ ନେଇ ।
ସଲମାନ୍ ଯେଉଁ ଘଂଟା ଘଂଟା ଧରି ୱର୍କ ଆଉଟ୍ କରୁଛନ୍ତି, ଏହା ତାଙ୍କ ଦବଙ୍ଗ ୩ ପାଇଁ ନୁହେଁ ବରଂ ତାଙ୍କର ଆଗାମୀ ଫିଲ୍ମ ‘ଇନସାଅହ୍ଲା’ ପାଇଁ । ଫିଲ୍ମରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଆଲିଆ ଭଟ୍ଟ । ଏହି ସିନେମା ପାଇଁ ୱେଟ୍ ଲସ୍ କରୁଛନ୍ତି ବଲିଉଡ୍ ଭାଇଜାନ୍ ।
ସଂଜୟ ଲୀଲା ଭଂଶାଳୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମା ପାଇଁ ଓଜନ କମାଉଛନ୍ତି ସଲମାନ୍ ଖାନ୍ । ତାଙ୍କୁ ଏହି ସିନେମାରେ ଏକ ନୂଆ ଚରିତ୍ର ଆଉ ଲୁକରେ ଦେଖିବାକୁ ମିଳିବ । ପୂର୍ବରୁ ମଧ୍ୟ ନିଜ ଫିଲ୍ମ ସୁଲତାନ୍ ପାଇଁ ୧୦ କେଜି ଓଜନ କମାଇଥିଲେ ସଲମାନ୍ ।