କାରଗିଲ ବିଜୟ ଦିବସ ୨୦୧୯ : ସୈନିକ ଗାଇଲେ ଅକ୍ଷୟ କୁମାରଙ୍କ ଫିଲ୍ମର ଏହି ଦେଶଭକ୍ତି ଗୀତ, ଅଭିନେତା ସେୟାର କଲେ ସୁନ୍ଦର ଭିଡିଓ
କାରଗିଲ ଦିବସକୁ ବଡ ଗୌରବ ଏବଂ ସମ୍ମାନର ସହିତ ପୂରା ଦେଶରେ ପାଳନ କରାଯାେ । ଭରତୀୟ ସୈନିକମାନେ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ମନେ ପକାଇଛନ୍ତି । ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କିଛି ସୈନିକ ତାଙ୍କ ଫିଲ୍ମ ‘କେଶରୀ’ର ଦେଶଭକ୍ତି ଗୀତ ଗାଉଥିବାର ନଜର ଆସିଛନ୍ତି ।
Came across this heart-warming video which made my day. When your small tribute reaches the people it’s meant for…what more can you ask for? A million salutes to our #BharatKeVeer ?? pic.twitter.com/MerfaGlsQk
— Akshay Kumar (@akshaykumar) July 25, 2019
ଏହି ଭିଡିଓକୁ ଲୋକେ ଟ୍ୱିଟର ଏବଂ ଫେସବୁକରେ ଲୋକେ ଖୁବ ପସନ୍ଦ କରି ଭାରତୀୟ ସେନାର ବଳିଦାନକୁ ସଲାମ କରିଛନ୍ତି । ଭଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘ଦୃଦୟକୁ ଛୁଇଁ ଯିବା ଭଡିଓ ଦେଖିଲି ଯାହା ମୋ ଦିନକୁ ଖୁସି କରିଦେଲା । ଯେବେ ଆପଣଙ୍କର ଦ୍ୱାରା ଦିଆଯାଇଥିବା ଛୋଟ ସମ୍ମାନ ସେହି ଲୋକଙ୍କ ନିକଟରେ ପହଁଚିଥାଏ ଯେଉଁଥିପାଇଁ ଏହାକୁ ନିର୍ମାଣ କରାଯାଇଥିଲା । ମୁଁ ଆଉ କ’ଣ ମାଗି ପରିବି ? ଭାରତର ବୀର ଜବାନମାନଙ୍କୁ ମୋର ସଲାମ ।’
ଅକ୍ଷୟଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷୟ ଖୁବ ଶୀଘ୍ର ଫିଲ୍ମ ‘ମିଶନ ମଙ୍ଗଳ’, ଗୁଡ ନ୍ୟୁଜ, ସୂର୍ଯ୍ୟବଂଶୀ, ଲକ୍ଷ୍ମୀ ବମ ଏବଂ ହାଉସଫୁଲ ୪ରେ ନଜର ଆସିବେ ।