ନିଆଁର ହୁପ୍ସ ଧରି ଡ୍ୟାନ୍ସର ଜଲୱା ଦେଖାଇଲେ ଦିଲବର ଗର୍ଲ ନୋରା ଫତେହି
ବଲିଉଡର ଦିଲବର ଗର୍ଲ ନୋରା ଫତେହିଙ୍କ ଗୀତ ଓ ସାକି ସାକି ଲୋକଙ୍କ ମୁହଁରେ ଧୁନ ହୋଇ ଯାଇଛି । ଏହି ଗୀତରେ ଲୋକ ନୋରାଙ୍କ ଡ୍ୟାନ୍ସଙ୍କୁ ବେଶ୍ ପସନ୍ଦ କରୁଛନ୍ତି । ଦିଲବର ଗୀତ ଭଳି ଏହି ଗୀତରେ ମଧ୍ୟ ଜବରଦସ୍ତ ତଡ଼କା ଦେଇଛନ୍ତି ଅଭିନେତ୍ରୀ । ଏହି ଗୀତ ଜନ ଅବ୍ରାହିମଙ୍କ ଫିଲ୍ମ ‘ବାଟଲା ହାଉସ’ର ।
ଏହି ଗୀତରେ ନୋରା ଫାୟାର ହୁପ୍ସ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କହିରଖୁଛୁ ସୁଟିଂ ପୂର୍ବରୁ ନୋରା ଏହି ପ୍ରଶିକ୍ଷଣ ନେଉଛନ୍ତି । ଅଭ୍ୟାସ କରୁଥିବା ସମୟର ଏକ ଭିଡ଼ିଓ ନୋରା ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି । ଭିଡ଼ିଓରେ ନୋରାଙ୍କୁ ଦୁଇ ହାତରେ ଫାୟାର ହୁପ୍ସ ଧରିଥିବାର ନଜର ଆସିଛି । ଏହି ଭିଡ଼ିଓକୁ ଏକ ଷ୍ଟୁଡିଓ ପଛରେ ସୁଟ କରାଯାଇଛି । ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ପ୍ରଥମେ ଏହାକୁ କରିବା ପାଇଁ ଡରି ଯାଇଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ସାହସର ସହିତ କରିଥିଲେ ବୋଲି ନୋରା ଶେୟାର କରିଥିବା ଭିଡ଼ିଓର କ୍ୟାପ୍ସନରେ ଲେଖିଛନ୍ତି ।